News
WhatsApp Image 2023-10-04 at 17.25.00
samparksetu

ହେ ବିଶ୍ୱ ନିୟନ୍ତା

       ହେ ବିଶ୍ୱ ନିୟନ୍ତା
       ଗତିମୁକ୍ତି ଦାତା
  କେଶବ  ମାଧବ  ହରି !
ମଙ୍ଗଳମୟ  ମହେଶ୍ୱର ତୁମେ
    ପତିତ ଉଦ୍ଧାର କାରି !!
କୀଟତରୁଲତା  ନିର୍ଜୀବ ଦେବତା
     ଯକ୍ଷ କିନ୍ନର ବାନର !
ସୁଶୋଭିତ  ଧରା  ରଚିଲେ ଆପଣ
     ହେ ଗୋବିନ୍ଦ ଗଦାଧର !!
ସୁଗନ୍ଧ ଭରିଲେ   ସତେଜ  କୁସୁମେ
     ମନୁଷ୍ୟକୁ  ଶ୍ରେଷ୍ଠ କରି !
ସୁଖଦୁଃଖ ଦୁଇ ପକ୍ଷ  ଯୋଡ଼ିଦେଇ
        ଉଡାଇଲ ନରହରି !!
କର୍ମ ଖଞ୍ଜିଦେଲ  ଭାବ  ସମୁଦ୍ରରେ
       ଉବୁଟୁବୁ ମୁଁ ହୁଅଇ !
ତୋର  ନାମ  ଭୁଲି ମାୟାରେ ପଡିଲି
    ଉଦ୍ଧାର ହେ ଭାବଗ୍ରାହୀ !!
ହେ ପରାମପିତା   ମୋଭାଗ୍ୟବିଧାତା
     ଢାଳ  ଆଶୀର୍ବାଦ ବାରି !
ସ୍ଥାନ ଦିଅ ମତେ  ତୁମ୍ଭ  ଶ୍ରୀପୟରେ
    ଘେନା କର  ମୋ ଗୁହାରି

    ✍🏽  ସୂର୍ଯ୍ୟ ନାୟକ

new life
You might also like
error: Content is protected !!