News
WhatsApp Image 2023-10-04 at 17.25.00
samparksetu

ପାଣି ପାଇଁ ରାସ୍ତା ରୋକ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗଡପଳାଶୁଣି ଗ୍ରାମ ବଡସାହିର ଲୋକମାନେ ପିଇବା ପାଣି ପାଇଁ ଆଜି ରାସ୍ତା ରୋକ ହୋଇଥିଲା ।ଗ୍ରାମରେ ଗୋଟିଏ ନଳକୂପ ଚାଲୁଛି।ଅନ୍ୟ କୈାଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଏପରିକି ଆଜି ପର୍ଯ୍ୟନ୍ତ ଗ୍ରାମଟି ସରକାରଙ୍କ ବସୁଧା ଯୋଜନା ଥିବା ସତ୍ୱେ ବଡ଼ ସାହିକୁ ପାଇପ ସଂଯୋଗ ହୋଇ ପାରି ନାହିଁ ।

ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ। କିଛି ସୁଫଳ ମିଳି ନାହିଁ ।ତେଣୁ ଆଜି ଗ୍ରାମବାସୀ ତରଫରୁ ଶତାଧିକ ମହିଳା ଓ ପୁରୁଷ ଗରା ମାଠିଆ ଧରି ରାସ୍ତା ରୋକ କରିଥିଲେ । ଯାହା ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା ।ଖବର ପାଇ ଘଟଣା ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ,ପାନୀୟ ଜଳର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଗ୍ରାମକୁ ପିଇବା ପାଣି ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ।ପରେ ରାସ୍ତା ରୋକ ହଟିଥିଲା ।

new life
You might also like
error: Content is protected !!