News
WhatsApp Image 2023-10-04 at 17.25.00
samparksetu

ଗଣ୍ଡାନାଳୀ ଆଵାସ ଦୁର୍ନୀତି ; ବ୍ଳକ୍ ପ୍ରଶାସନ ପରେ ଡିଆରଡିଏର ଖୋଳତାଡ଼

ସରକାରୀ ଯୋଜନା ବିଭିନ୍ନ ଜାଗାରେ ବାଟମାରଣା ହେଉଥିବା ବେଳେ ସାଧାରଣ ଜନତାଙ୍କ ପାଖରେ ନା ପହଁଚୁଛି ଛୁଞ୍ଚି ନା ଶାବଳ । ଏଭଳି ଏକ ବାଟମାରଣା ଦେଖାଦେଇଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଓ ଘର ନକରି ଲକ୍ଷ ଲକ୍ଷ ଟଙ୍କା ବିଲ୍ କରି ଉଠାଯାଇଛି। ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ସ୍ଥାନୀୟ ଅଧିବାସୀ ଏନେଇ ଲିଖିତ ଅଭିଯୋଗ କରିବା ପରେ ଆମେ ଖବର ପ୍ରସାରଣ କରିଥିଲୁ ।

ତେବେ ଏବେ ଏହାର ଖୋଳତାଡ଼ ଆରମ୍ଭ ହୋଇଯାଇଛି ପ୍ରଥମେ ବ୍ଳକ୍ ତରଫରୁ ଖୋଲତାଡ଼ ହେବା ପରେ ମଙ୍ଗଳବାର ଦିନ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ବିଜନ କୁମାର ଥମ୍ବ ଙ୍କ ନେତୃତ୍ୱରେ ଏପିଡି ସରିତା ଷଡ଼ଙ୍ଗୀ ବିଭିନ୍ନ ଗ୍ରାମ ବୁଲି ତଦନ୍ତ କରିବା ସହ ବିଭିନ୍ନ ଘରର ଫଟୋ ମଧ୍ୟ ଉଠାଇଥିଲେ । ତେବେ କେଳେଙ୍କାରୀ କରି ଅନେକ ଘର ତିଆରି ହୋଇଥିବାର ତଥ୍ୟ ପଦାକୁ ଆସିଛି । ଏହାର ତଦନ୍ତ ନିରପେକ୍ଷ ହେବ ବୋଲି ଏପିଡି ଶ୍ରୀ ଥମ୍ବ ଆଶ୍ୱାସନା ଦେଇଛନ୍ତି । ଅନ୍ୟ ପକ୍ଷରେ ହିନ୍ଦୋଳ ର ବିଡ଼ିଓ ଦେବବ୍ରତ ମହାନ୍ତ କହିଛନ୍ତି କି ଆସିଷ୍ଟାଣ୍ଟ ଇଞ୍ଜିନିୟର କରିଥିବା ତଦନ୍ତ ରିପୋର୍ଟ ଆସିଲେ ଯାହା ପଦକ୍ଷେପ ନିଆଯିବ ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗଣ୍ଡାନାଳୀ ପଞ୍ଚାୟତରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଇଡି ଖୋଲାଯାଇ ବିଲ୍ କରାଯାଇଛି କିନ୍ତୁ ଘର ହୋଇ ନାହିଁ । ଗଣ୍ଡାନାଳୀ ଗାଆଁର ଶାନ୍ତିଲତା ଘଡେ଼ଇ ପିତା ଦାମ ଘଡେ଼ଇ ID-OR3251386, ଭାମା ନାଏକ ସ୍ବାମୀ ପଞ୍ଚୁ ନାଏକ ID-3348655 ଖୋଲା ଯାଇ ବିଲ୍ ହୋଇଛି କିନ୍ତୁ ଘର ହୋଇ ନାହିଁବୋଲି ଅଭିଯୋଗ ଆସିଛି ।
ଇଶ୍ବରାପାଳର ସ୍ୱର୍ଗତା ରମା ଜେନା ସ୍ବାମୀ କୁଳମଣି ଜେନା ଦାଶ (ID 3344840) ବର୍ଷ ତଳେ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କର ଉତ୍ତରାଧିକାରୀ କେହି ଘର ପାଇ ନାହାଁନ୍ତି କିନ୍ତୁ ସେ ଆଇଡି ରେ ବିଲ୍ ହୋଇଛି।

ସେହିପରି କଦଳୀପାଳ ଗାଆଁର ବେବିନା ସାହୁ ସ୍ବାମୀ ବିଜୟ ସାହୁ (ID OR3309000) କୌଣସି ଘର ନ କରି ତାଙ୍କ ଶାଶୁ ଡମୁଣୀ ସାହୁ (ID OR3309002)ରେ ପାଇଥିବା ପୁରୁଣା ଘର ଦେଖାଇ ବିଲ୍ କରାଯାଇଛି ବୋଲି ଜଣାପଡିଛି। ସମାନ ଉପାୟରେ ଏହି ଗାଆଁର କବିତା ସାହୁ ସ୍ବାମୀ ତ୍ରିନାଥ ସାହୁ ID OR3292085 ଘର ନକରି ତାଙ୍କ ପିତା ମଧୁସୂଦନ ସାହୁ ID OR3255056 ରେ ପାଇଥିବା ଘର ଦେଖାଇ ବିଲ୍ କରାଯାଇଛି।
ସେହିପରି ଅଞ୍ଜଳି ସାହୁ (OR3333099) କଦଳୀ ପାଳ, ଲକ୍ଷ୍ମୀ ସାହୁ (OR 3322287), ପ୍ରତିମା ରାଉତ (OR 3308939), ବାଉରୀବନ୍ଧୁ ସାହୁ (OR3316314), ସୁଧାକର ବିଶ୍ବାଳ (OR 3396721) ଓ ବିନୋଦିନୀ ବେହେରା ପରି ହିତାଧିକାରୀ ଘର ନକରି ତାଙ୍କ ନାମରେ ବିଲ୍ କରାଯାଇଛି। ଏ ସବୁ ଘଟଣା ସରପଞ୍ଚଙ୍କ ଅଗୋଚରରେ ସେମାନେ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ୨୦୨୦-୨୦ ଆର୍ଥିକ ବର୍ଷର ଆବାସ ଯୋଜନା ହିତାଧିକାରୀ ଚୟନ ପ୍ରକିୟା ଚାଲିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାହା ପ୍ରସ୍ତୁତ କରିଛନ୍ତି। ଏହା ଛଡ଼ା ଗଣ୍ଡାନାଳୀ ଗାଆଁର ଦୁର୍ଗାମାଧବ ବେହେରା ପିତା ଧ୍ରୁବ ବେହେରା OR33148126 ଆଇଡି ରେ ଘର ପାଇଥିବା ବେଳେ ସେ ଏହି ଟଙ୍କାରେ ଦୋକାନ ଘର ନିର୍ମାଣ କରିଛନ୍ତି।

new life
You might also like
error: Content is protected !!