News
WhatsApp Image 2023-10-04 at 17.25.00
samparksetu

ମୁକୁଳା ଟ୍ରାନ୍ସଫରମର ନିକଟରେ ତାରବାଡ ଦାବି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଗାନ୍ଧୀଛକନିକଟରେ ଫରେଷ୍ଟର କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ନିକଟରେ ଦୀର୍ଘବର୍ଷ ଧରି ଖୋଲା ମେଲାରେ ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ।

ଉକ୍ତ ଟ୍ରାନ୍ସଫର୍ମର ନିକଟ ଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ ସମେତ ଆରଆଇ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ପାଇଁ ଏହା ହେଉଛି ନିତିଦିନିଆ ଚଲାପଥ । ଏତଦ ବ୍ୟତିତ ସଦାସର୍ବଦା ଗାଈ ଗୋରୁ ଙ୍କ ଅବାଧ ପ୍ରବେଶ ରହୁଛି । କିଛିଦିନ ପୂର୍ବେ ଦୁଇଟି ଗାଈ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତଥାପି ବିଭାଗୀୟ ଅଧିକାରୀ ଏପର୍ଯ୍ୟନ୍ତନିଦ ଭାଙ୍ଗୁନି ତୁରନ୍ତ ଏହାର ଚାରି ପାଖରେ ସୁରକ୍ଷିତ ବାଡ ଦେଇ ବନ୍ଦ କରିବାକୁ ସାଧାରଣରେ ଦାବି କରାଯାଇଛି ।

new life
You might also like
error: Content is protected !!