News
WhatsApp Image 2023-10-04 at 17.25.00
samparksetu

ନଦୀ ଘାଟରୁ ଯୁବକଙ୍କ ଗଳିତ ଶବ ଠାବ !

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗାଙ୍ଗିଯୋଡି ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ ହୋଇଛି ।

ସୁଚନା ମୁତାବକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଲୋକ ନଦୀକୁ ଯିବା ବେଳେ, ଗଳିତ ଶବ ଟି ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଗଳିତ ଶବଟିକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଗତ କାଲି ନଦୀର ଜଳ ସ୍ତର ଅଧିକ ଥିବା ବେଳେ, ଆଜି ତାହା କମିଯାଇଛି ।,ତେଣୁ ଶବ ଟି ନଦୀର ଉପର ମୁଣ୍ଡରୁ ଭାସି ଭାସି ଏଠାରେ ଲାଗି ଥିବା ଅନୁମାନ କରାଯାଉଛି । ମୃତକର ପରିଚୟ ମିଳିପାରି ନଥିବାବେଳେ ପୋଲିସ ଶବଟିକୁ ଜବତ କରିବା ସହ ଅଧିକ ତଦନ୍ତ ଯାରିରଖିଛି।

new life
You might also like
error: Content is protected !!