News
WhatsApp Image 2023-10-04 at 17.25.00
samparksetu

ପାଣି ପାଇଁ ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ରାସ୍ତାରୋକ ; ଲିଖିତ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଢେଙ୍କାନାଳ ସଦର ବ୍ଳକ ଅନ୍ତଗତ ରଥପଦା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳା ଘଟିପିରୀ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବା ସହ ପଞ୍ଚାୟତ ସମୁଖରେ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ଆଜି ଅବରୋଧ କରିଥିଲେ ।

ଢେଙ୍କାନାଳ ସଦର ବ୍ଳକ ଅନ୍ତଗତ ରଥପଦା ଗ୍ରାମର ଶତାଧିକ ମହିଳା ଗ୍ରାମରେ ପିଇବା ପାଣି ଏବଂ ଗାଧୋଇବା ପାଇଁ ପୋଖରୀ ନଥିବାରୁ ତୁରନ୍ତ ସମାଧାନ ଦାବୀ କରି ଗ୍ରାମରୁ ଶୋଭାଯାତ୍ରା କରି ପଞ୍ଚାୟତ କାର୍ଯ୍ୟାଳୟ ରେ ପହଁଚି ଉତ୍ୟକ୍ତ ମହିଳା ମାନେ କାର୍ଯ୍ୟଳୟ ଫାଟକକୁ ତାଲା ପକାଇଥିଲେ।

ଘଟିପିରୀ ଗ୍ରାମ ପଞ୍ଚାୟତ ମମ୍ମୁଖରେ ପୁରୁଣା କଟକ ସମ୍ବଲପୁର ଗ୍ରାସ୍ତା ଉପରେ ବସିରହି ବିକ୍ଷୋଭ ପଦର୍ଶନ କରିଥିଲେ । ରାସ୍ତା ଅବରୋଧ ହେତୁ ସହ ସହ ଗାଡ଼ି ମଟର ରାସ୍ତାରେ ଦୁଇ ପାର୍ଶ୍ଵରେ ଅଟକି ରହିଥିଲା । ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚ ମହିଳା ମାନଙ୍କୁ ବୁଝା ସୁଝା କରିଥିଲେ ।

ପାଣି ସମସ୍ୟା ତୁରନ୍ତ ସମାଧାନ ପାଇଁ ସରପଞ୍ଚ ଲିଖିତ ନ ହେଲେ ଉଠିବେ ନାହିଁ ବୋଲି ମହିଳା ମାନେ ଜିଦ୍‌ ଧରିଥିଲେ । ମହିଳା ମାନେ ପାଣି ସମସ୍ୟା ସମ୍ପର୍କର ବାରମ୍ଵାର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ।

ଘଟିପିରୀ ପଞ୍ଚାୟତ ର କିଛି ଗ୍ରାମକୁ ପାନୀୟ ଜଳ ସମସ୍ୟା ଦୁର ହୋଇଥିବା ବେଳେ ଏହି ପଞ୍ଚାୟତର ରଥପଦ। ଗ୍ରାମରେ ପାଣି ସମସ୍ୟା ରହିଥିବା ସରପଞ୍ଚ ସ୍ୱିକାର କରିଛନ୍ତି । ପାଣି ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି , ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇଥିବା କହିଛନ୍ତି ।

ଏହି ଗ୍ରାମରେ ଥିବା ପାନୀୟ ଜଳ ଏବଂ ପୋଖରୀ ସମସ୍ୟା ତୁରନ୍ତ ଉପରିସ୍ଥ ଅଧିକାରୀ ସହ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା ।

new life
You might also like
error: Content is protected !!