News
WhatsApp Image 2023-10-04 at 17.25.00
samparksetu

ସୁନା ସଫେଇ ଆଳରେ କରୁଥିଲେ ଲୁଟ

ସୁନା ଚେନ୍ ମୁଦି ଏବଂ ଅନ୍ୟାନ୍ୟ ସୁନା ସାମଗ୍ରୀ ସଫେଇ ନିମନ୍ତେ ଆସୁଥିଲେ ହେଲେ ସମ୍ପୂର୍ଣ୍ଣ ସୁନା କୁ ହିଁ ସଫା କରିଦେଉଥିଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗ୍ରାମରେ ।

ସୁନା ସଫେଇ ଆଳରେ ଆସି ସଫା କରିବା ସମୟରେ ସଂପୂର୍ଣ୍ଣ ସୁନା କୁ ହିଁ କରିଦେଉଥିଲେ ଗାୟବ ଏଭଳି ଦୁଇ ଅଣ ଓଡ଼ିଆ ଯୁବକଙ୍କୁ କାବୁ କରିଛନ୍ତି ଗ୍ରାମବାସୀ ।

ଦୁଇଜଣ ଅଣଓଡ଼ିଆ ଏକ ବାଇକରେ ଆସି ବମୁଆ ଗାଁରେ ଲୋକଙ୍କର ସୁନା ସଫେଇ କରୁଥିଲେ । ସଫେଇ ବାହାନାରେ ସମ୍ପୃକ୍ତ ଦୁଇ ଜଣ ଯୁବକ ସୁନା ହଡପ କରି ଫେରାର ହୋଇ ଯାଉଥିଲେ । ତେବେ ଗ୍ରାମବାସୀମାନେ କାବୁ କରି ଯୁବକ ଦୁଇ ଜଣଙ୍କୁ ଧରିଥିଲେ । ପରେ ସେମାନଙ୍କୁ ଏକ ରଶିରେ ବାନ୍ଧି ଦେଇଥିଲେ ।

ଅନ୍ୟପଟେ ଦୁଇ ସୁନା ଚୋର ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ମାଗିଥିଲେ । ପରେ ପୋଲିସ ପହଁଚି ତାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରିଛି ।

new life
You might also like
error: Content is protected !!