News
WhatsApp Image 2023-10-04 at 17.25.00
samparksetu

ମରିଚିକା ହୋଇଗଲା ଗୋଲ୍ଡ଼ ମେଡାଲ !

ଭଲ ପାଠ ପଢିବା ଭଲ ମଣିଷ ହେବା ଏବଂ ବାପା ମା’ ଙ୍କର ନାମ ରଖିବା ଏହା ପ୍ରତିଟି ପିଲାଙ୍କ ସ୍ୱପ୍ନ । ସେହି ସ୍ୱପ୍ନ କୁ ସାକାର କରିବାକୁ କିଏ କେତେଯେ କଠିନ ପରିଶ୍ରମ କରିନଥାନ୍ତି ତାହାର ଠିକଣା ନଥାଏ । କେତେକ ଫଳ ପାଇଥାନ୍ତି କେତେ ହରାଇଥାନ୍ତି ଏବଂ କେତେକ ଶିକାର ହୋଇଥାନ୍ତି । ଠିକ ଏଭଳି କିଛି ଘଟିଲା ହିମାଂଶୁ ସହ ।

ବହୁ ବର୍ଷ ତଳର କଥା ବିଶ୍ୱବିଦ୍ୟାଳୟ ରେ ନାମ ଲେଖାଇଥାଏ
ହିମାଂଶୁ । ନୂଆ କଲେଜ ନୂଆ ସାଙ୍ଗ ନୂଆ ଜାଗା କିଛି ସ୍ମୃତି ସାଉଁଟି ଆଗେଇ ଚାଲିଥିଲା ସିଏ । ଛୋଟ ସହରରୁ ଆସି ମଧ୍ୟ ନିଜର ନିସ୍ୱାର୍ଥପର ଏବଂ ନିଷ୍ଠାପର କାମ ଏବଂ ଶାଳୀନତା ହେରୁ ସମସ୍ତ ଙ୍କ ମନ ଜିଣିଯାଇଥିଲା । ସମ୍ପର୍କ ଏଭଳି ଗଢି ଉଠିଥିଲା ଯିଏ କହିବ ଏ ସମ୍ପର୍କ କୋଉ ବର୍ଷର । କଲେଜ ଷ୍ଟାଫଙ୍କଠାରୁ ସାଙ୍ଗ ସାଥି ସମସ୍ତ ଙ୍କ ପ୍ରିୟପାତ୍ର ସାଜିଥିଲା ସିଏ ।

ହେଲେ ତାର ଅତି ପ୍ରିୟ ଥିଲେ ସୁଭ ଓ ଦେବ, ସୁଭ ହିମାଂଶୁ ଗୋଟିଏ ଜିଲ୍ଲାର ହୋଇଥିବାରୁ ଉଭୟେ ବେସ୍ ଭଲ ପଡୁଥିଲେ । ଦେବ ହିମାଂଶୁ କୁ ବେସ୍ ଭଲ ପାଉଥିଲା ଉଭୟେ ବୁଲେଟ ରେ ଖୁବ ବୁଲୁଥିଲେ । ତେବେ ପାଠ ପଢ଼ାରେ ସବୁବେଳେ ବାଜି ମାରୁଥିଲା ତାଙ୍କ ସାଙ୍ଗ ସବ୍ୟ, ସବ୍ୟ ଥିଲା ପୁସ୍ତକ କୀଟ ଯାହା ବହିରେ ଥାଏ ମୁଣ୍ଡରେ କିଛି ନପଶୁ ପଛେ ସେଇଟାକୁ ପରୀକ୍ଷା ଖାତାରେ ଆଙ୍କିଦିଏ । ସବ୍ୟ ଭଲ ନମ୍ବର ଆଣୁଥିବାରୁ ଅନ୍ୟଙ୍କୁ ସବୁ ବେଳେ ଗାଳି ପଡେ ।

ବେଳ ଥାଉ ସବୁ ସାବଧାନ ହେଲେ ଶୁଭ କହିଲା ସମସ୍ତ ସମୟ ବିତେଇ ଦେଇଛି ଏଇଟା ହିଁ ଶେଷ ବାଟ ଦେବ କହିଲା ବାପାଙ୍କ ର ବହୁତ ଭରସା ନେଇ ଆସିଛି ହିମାଂଶୁ ଅବସ୍ଥା ଭି କିଛି ସେହିପରି ଥିଲା । ଆରମ୍ଭ ହେଲା ପାଠପଢ଼ା ବହି ଧରି ନୁହେଁ ମୌଜ ମୌଜରେ ଆସିଗଲା ମାର୍କ । ପଛେଇଗଲା ସବ୍ୟ, ସୁଭ ଓ ହିମାଂଶୁ ଆଗ ପଛ ହୋଇ ରହିଥାନ୍ତି । କେବଳ ଏହି ସେମିଷ୍ଟାର ନୁହେଁ ସବୁ ସେମିଷ୍ଟାର ରେ ଚାଲିଲା ଏହି ପ୍ରତିଯୋଗିତା ।

ଆସିଲା ଫାଇନାଲ୍ ରେଜଲ୍ଟ ପୁଣି ସେହି ସ୍ଥାନରେ ଉଭୟେ । ହେଲେ ଘୋଷଣା ହେବ ବିଶ୍ୱବିଦ୍ୟାଳୟ ଗୋଲ୍ଡ଼ ମେଡାଲ ର ଅଧିକାରୀ । କିଏ ହେବ ଦୁହେଁ ଏହାର ହକଦାର ହେଲେ ପାଠ ପଢିବା ସମୟରେ ହିମାଂଶୁ ପାଇଥିଲା ବହୁ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ, ତେଣୁ କଲେଜ ସ୍ତରରେ ଘୋଷଣା ହେଲା ହିମାଂଶୁ ହେବ ଅଲରାଉଣ୍ଡର ଗୋଲ୍ଡ଼ ମେଡାଲିସ୍ଟ ।

ସୁଶାନ୍ତ ସାର ଯିଏ କି ହିମାଂଶୁ କୁ ଗଢିଛନ୍ତି । ଖବର ଶୁଣି ଆଉ ରହିପାରିଲେ ନାହିଁ । ହିମାଂଶୁ କୁ ସଙ୍ଗେସଙ୍ଗେ ଜଣାଇଲେ ଶୁଭେଚ୍ଛା । ହିମାଂଶୁ ମେସେଜ ପାଇ ଫୋନ କଲା ସାରଙ୍କୁ ଦିନ କେତେଟା ଗଲେ ସମାଵର୍ତନ ଉତ୍ସବରେ ଅଲରାଉଣ୍ଡର ଗୋଲ୍ଡ଼ ମେଡାଲ ପାଇବ ହିମାଂଶୁ, ହେଲେ କଲେଜ ତରଫରୁ କିଛି ଘୋଷଣା ହୋଇନଥିବାରୁ ଚୁପ ହୋଇ ରହିବାକୁ କହିଲେ ।

ହିମାଂଶୁ ମନ ଆଉ ରହୁନଥାଏ ସବୁ କଷ୍ଟର ମିଳିବ ଫଳ, କାନ୍ଧରେ ଝୁଲିବ ଅଲରାଉଣ୍ଡର ଗୋଲ୍ଡ଼ ମେଡାଲ । ହେଲେ ଗୋଟିଏ କଟୁ ଓ ରାଜନୀତିଜ୍ଞ ଶିକ୍ଷକ ସୁଧାଂଶୁ , ନା ନିଜେ କେବେ କିଛି କରିପାରେ ନା ଅନ୍ୟର ଉନ୍ନତି ସହିପାରେ ରାତି ଅଧିଆ ବିନା କାରଣରେ ହିମାଂଶୁ ର ନାଁ ସେଇଠୁ ହଟାଇଦେଲା । ଅଧୁରା ରହିଗଲା ଅଲରାଉଣ୍ଡର ଗୋଲ୍ଡ଼ ମେଡାଲ । ରାଜନୀତିର ଶିକାର ହୋଇଗଲା ହିମାଂଶୁ ମରିଚିକା ହୋଇ ରହିଗଲା ଗୋଲ୍ଡ଼ ମେଡାଲ ।

new life
You might also like
error: Content is protected !!