News
WhatsApp Image 2023-10-04 at 17.25.00
samparksetu

ଉଦ୍‌ଘାଟନ ପରଠାରୁ ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଝୁଲୁଛି ତାଲା !

ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଉଦ୍‌ଘାଟନ ହେବା ପରଠାରୁ ଝୁଲୁଛି ତାଲା ।ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଭତ ବାଇଁଶିଆ ଗ୍ରାମପଞ୍ଚାୟତର ଆମ୍ବବାହାଳୀ ଠାରେ ଲୋକଙ୍କ ଉଦ୍ୟମରେ ୧୯୯୦ ମସିହାରେ ସ୍ବାସ୍ଥ୍ୟକେନ୍ଦ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲୋକେ ଆର୍ଥିକ ସହାୟତା ଦେବା ସହ ଅଞ୍ଚଳର ଥିବା ବିଭିନ୍ନ ଗୋଷ୍ଠୀ ସଂପଦରୁ ଆୟ ହୋଇଥିବା ଅର୍ଥ ଡାକ୍ତରଖାନା ଗୃହ ନିର୍ମାଣରେ ଖର୍ଚ୍ଚ ଳରାଯାଇଥିଲା ।

ଡାକ୍ତରଖାନାରେ ୪ ହଜାର ବର୍ଗଫୁଟର ଗୃହ ନିର୍ମାଣ ସହ ଅଉଟଡୋର,ଓଷଧ ଭଣ୍ଡାର, ୱାର୍ଡ଼ ଆଦି ନିର୍ମାଣ କରାଯାଇଥିଲ। । ଏଥିପାଇଁଁ ଆବଶ୍ଯକ ଯନ୍ତ୍ରପାତି ମଧ୍ଯ ଲୋକେ କ୍ରୟ କରିଥିଲେ । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଇଁଶିଆ ଗ୍ରାମପଞ୍ଚାୟତ ର ବାଇଁଶିଆ ,ବଲ୍ଲଭ, କଙ୍କା, ଖଙ୍କର, ଆମ୍ବବାହାଳ ସମେତ ପଡୋଶୀ ରାଇତଳା ଗ୍ରାମପଞ୍ଚାୟତର ବାଲିଯୋରନ୍ଦା, ବଜୁରିଆ ଆଦି ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ ବୋଲି ଲୋକ ଆଶା ରଖୁଥିଲେ ।

୨୦୦୫-୦୬ ଆର୍ଥିକ ବର୍ଷରେ ପୂର୍ଵତନ ବିଧାୟକ ସରୋଜ ସାମଲ ଡ଼ାକ୍ତରଖାନାକୁ ଉଦିଘାଟନ କରିଥିଲେ। ଏହାକୁ ସରକାରୀ ଡାକ୍ତରଖାନାର ମାନ୍ୟତା ପାଇଁ ଜିଲ୍ଲା ଯୋଜନା କମିଟିରୁ ପ୍ରସ୍ତାବ ଗୃହୀତ ହୋଇ ସ୍ୱାସ୍ଥ୍ୟ ବିଭାଗକୁ ଯାଇଥିଲା | ମାତ୍ର ଢାକ୍ତରଖାନା ପାଇଁ ସରକାରୀ ମଞ୍ଜୁରୀ ମିଳିପାରିଲା ନାହିଁ । ଲୋକ ମାନଙ୍କ ଭଦ୍ୟମରେ ପ୍ରଥମେ ଡାକ୍ତର ନିଯୁକ୍ତି କରାଯାଇଥିଲେ ମଧ୍ୟ ଲୋକେ ଅଧିକ ଦିନ ଚଳାଇ ପାରିଲେ ନାହିଁ । ଫଳରେ ଏବେ ଡାକ୍ତରଖାନାରେ ତାଲା ଝୁଲୁଛି ।

ରକ୍ଷଣାବେକ୍ଷଣା ଅଭାବରୁ ଗୃହ ଗୁଡିକ ନଷ୍ଟ ହେବାକୁ ବସିଛି । ଡାକ୍ତରଖାନା ବାରଣ୍ଡା ଓ ସାମ୍ନା ଅଗଣାରେ ବିଭିନ୍ନ ଆବର୍ଜନା ଗଦା ହୋଇଗଲାଣି .। ଏ ସମ୍ପର୍କରେ ବାଇଁଶିଆ ଗ୍ରାମବାସୀ ଅଭିରାମ ପଣ୍ଡା କୁହନ୍ତି ,ଆଞ୍ଚଳିକ ସ୍ଥାନୀୟ ବ୍ୟକ୍ତିଙ୍କ ଉଦ୍ୟମରେ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା ,ମାତ୍ର ଡାକ୍ତରଖାନାର ମଞ୍ଜୁରୀ ପାଇଁ ଜିଲା ଯୋଜନା କମିଟି ସୁପାରିଶ ଦୀର୍ଘବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ଅଟକି ରହିଥିବାରୁ ଏହାର ଅଗ୍ରଗତି ହୋଇପାରୁନଥିବା କହିଛନ୍ତି।

ପ୍ରଥମେ ଡାକ୍ତରଖାନା ପ୍ରତିଷ୍ଠା କଲାବେଳେ ଲୋକଙ୍କ ମଧ୍ଯରେ ଯେଉଁ ଉତ୍ସାହ, ଉଦ୍ଦୀପନା ରହିଥିଲା , ତାହା ଧୀରେ ଧୀରେ ମଉଳି ଯାଇଛି । ଲୋକେ ଆଗଭଳି ଉଦ୍ୟମ କରୁଥିବା ଦେଖାଯାଉ ନାହିଁ । ଯେଉଁମାନେ ଏହାକୁ ପ୍ରତିଷ୍ଠା କରିବାର ପରିକଳ୍ପନା କରିଥିଲେ ସେମାନଙ୍କ ମଧ୍ଯରୁ କେତେକ ଇହଧାମ ତ୍ୟାଗ କରିଥୁବାବେଳେ ଆଉ କିଛି ବୃଦ୍ଧ ଅଵସ୍ଥାକୁ ଆସିଯାଇଛନ୍ତି ।

ମାତ୍ର ନୂତନ ପୀଢିର ନେନୃତ୍ଵ୍‌ ନେଉଥିବା ବ୍ୟକ୍ତିବିଶେଷଙ୍କ ଇଚ୍ଛାଶକ୍ତିର ଅଭାବ` ଯୋଗୁଁ ଅଞ୍ଚଳବାସୀଙ୍କ. ସ୍ଵପ୍ନ ଅଧୁରା ରହିଛି ।ଏହା ପୂର୍ଣ୍ଣାଙ୍ଗ ଡାକ୍ତରଖାନାର ମାନ୍ୟତା ପାଇଲେ ଅଞ୍ଚଳର ୨ ୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସେ ସାଧାରଣରେ ମତ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!