News
WhatsApp Image 2023-10-04 at 17.25.00
samparksetu

ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷାର ମାନ୍ୟତା ପାଇଁ ଜୋର ଧରିଛି ଦାବି

ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ ନିମନ୍ତେ ଦାବି ଜୋର ଧରିଛି । ଏହାର ଜ୍ଜ୍ୱଳନ୍ତ ପ୍ରତିଫଳନ ଦେଖିବାକୁ ମିଳିଛି ଗଁଦିଆ ବ୍ଲକରେ ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ଶାଖା ର ନିଷ୍ପତି କ୍ରମେ ଆଜି ଉକ୍ତ ବ୍ଲକରେ ଆଦିବାସୀ ଜନଜାତି ସମ୍ପ୍ରଦାୟପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ଶୋଭାଯାତ୍ରା ରେ ଜନଜାତି ମାନେ୮ଦଫା ଦାବି ସମ୍ବଳିତ ଯଥା ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ଶତକଡ଼ା୮୦ରୁ ଅଧିକା ଛାତ୍ର ଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟରେ ହୋ ଶିକ୍ଷକ ନିଯୁକ୍ତି ଶ୍ରୀରାମଚନ୍ଦ୍ରଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳନ, ଅଙ୍ଗନବାଡି ରେ ହୋ ଭାଷାରେ ମାର୍ଗଦର୍ଶିକା ପୁସ୍ତକ ପ୍ରକାଶନ ,ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା ହୋ ଭାଷାରେ FLN କାର୍ଯ୍ୟକ୍ରମ ଆରମ୍ଭ କରିବା ,ହୋ ଭାଷାକୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସାମିଲ କରିବା ଅଥବା ହୋ ଭାଷା ଏକାଡେମୀ ଗଠନ କରିବା ଦୂରଦର୍ଶନ ଭଳି ସରକାରୀ ଗଣମାଧ୍ୟମରେ ହୋ ଭାଷାରେ ସମ୍ବାଦ ପରିବେଷଣ କରିବା ଏହି ସବୁ ଦାବି ସହିତ ଗଁଦିଆ ବ୍ଲକର ସଭାପତି ଶିବରାମ କାଲୁଣ୍ଡିଆ ଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟ ମାନେ ମିଳିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ ।

new life
You might also like
error: Content is protected !!