News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ବ୍ଲକରେ ବିଦ୍ୟୁତ ସମସ୍ୟା , ଚାଲୁ ହେଉନି ନୂତନ ଗ୍ରୀଡ ସବଷ୍ଟେସନ

ଗଁଦିଆ ବ୍ଲକରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା । ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ ।

ପ୍ରତିଦିନ ଏଠାରେ ବିଦ୍ୟୁତ କାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦୀର୍ଘ ୫୦ବର୍ଷ ପୂର୍ବେ ଜିଲ୍ଲା ମୁଖ୍ୟକେନ୍ଦ୍ର ଢେଙ୍କାନାଳ ଗୁଣ୍ଡିଚାପଡା ଗ୍ରୀଡ଼ ଷ୍ଟେସନ ଠାରୁ ଯେଉଁ ୩୩ କେଭି ବିଦ୍ୟୁତ ଲାଇନ ସଂଯୋଗ ଉକ୍ତ ବ୍ଲକକୁ ଯୋଗାଇ ଦିଆଯାଇଛି ତାହା ଆଜି ପର୍ଯ୍ୟନ୍ତ ରହିଛି ।

ସେଥିରେ ବ୍ଲକ ସାରା ସମସ୍ତ ଉପଭୋକ୍ତା ସେବା ପାଉଛନ୍ତି ଯାହା ଫଳରେ ବିଦ୍ୟୁତ ସେବା କେତେବେଳେ ନିମ୍ନ ମାନର ରହୁଛି ଓ ଅନେକ ସମୟରେ ସାମାନ୍ୟ ବର୍ଷା ଯୋଗୁଁ ଏଠାରେ ଘଣ୍ଟା ଘଣ୍ଟା ଧରି ଅନ୍ଧାର ରହୁଛି ,କଥାରେ ଅଛି ଏଠାରେ ପତ୍ର ହଳିଲେ ବିଦ୍ୟୁତ ସେବା ମଧ୍ଯହଲି ଯାଏ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଅନେକ କମ୍ପାନୀ ଆସିଛନ୍ତି ଓ ଯାଇଛନ୍ତି ହେଲେ ଉକ୍ତ ସମସ୍ୟାର ନିରାକରଣ ଚିନ୍ତା କରିନାହାନ୍ତି ।ଅନେକ ଦାବି ପରେ ଉକ୍ତ ବ୍ଲକର ଅର୍ଣ୍ଣପୁର ଗ୍ରାମଠାରେ ଗୋଟିଏ ନୂତନ ଗ୍ରୀଡ଼ ସବ ଷ୍ଟେସନ ସ୍ଥାପନ ହୋଇ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ଦୁଃଖର କଥା ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହାକୁ ଚାଲୁ କରାଯାଉନାହିଁ ।

ଅଥବା ଉକ୍ତ ଷ୍ଟେସନରୁ ୩୩ କେଭି ବିଦ୍ୟୁତ ସେବା ଯୋଗାଣ କରାଇପାରୁନାହିଁ ଉକ୍ତ ବ୍ଲକରେ ଥିବା ୩ଗୋଟି ବିଦ୍ୟୁତ ଡିଭିଜନ ଗଁଦିଆ ଜୋରନ୍ଦା ପିଙ୍ଗୁଆ କୁ ଉକ୍ତ ଗ୍ରୀଡ଼ରୁ ୩୩ କେଭି ବିଦ୍ୟୁତ ଯୋଗାଣ ତ୍ୱରାନ୍ୱିତ କରାଗଲେ ବ୍ଲକ ବାସୀଙ୍କର ସମସ୍ୟା ଦୂର ହୋଇପାରିବ ।

କିନ୍ତ ୧ବର୍ଷ ହେଲା ଗ୍ରୀଡ଼ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କେଉଁ କାରଣରୁ ଆଜି ସୁଦ୍ଧା ଏଠାରୁ ବିଦ୍ୟୁତ ସଂଯୋଗ ପ୍ରଦାନରେ ବିଳମ୍ବ ଘଟୁଛି ତାହା ଜଣାପଡୁନାହିଁ । ଟାଟା କମ୍ପାନୀ ବିଦ୍ୟୁତ ଯୋଗାଣ ଦାଇତ୍ୱ ନେଲା ପରେ ଜନସାଧାରଣ ଆଶା ରଖିଥିଲେ ତୁରନ୍ତ ସମସ୍ୟାର ସମାଧାନ ହେବ ହେଲେ ଉକ୍ତ କମ୍ପାନୀର ଉଚ୍ଚ ଅଧିକାରୀ ମାନେ ଏହି ଗ୍ରୀଡ଼ଷ୍ଟେସନକୁ ଅନୁଧ୍ୟାନ କରିଛନ୍ତି କିନ୍ତୁ କେବେ ଏହି ଷ୍ଟେସନରୁ ବିଦ୍ୟୁତ ସେବା ସ୍ୱାଭାବିକ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

new life
You might also like
error: Content is protected !!