News
WhatsApp Image 2023-10-04 at 17.25.00
samparksetu

୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିଅମ ରେ ୧୨ ତମ ବାର୍ଷିକ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହେଇଯାଇଛି l ଆଜିର ଉଦଘାଟନ ମ୍ୟାଚରେ ମୁଖ୍ୟଅତିଥି ସମାଜସେବୀ ରାଧାରାଣୀ ବେହେରା ଓ ଅଭିରାମ ବେହେରା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଦିଲ୍ଲୀପ ଦେହୁରୀ ଯୋଗ ଦେଇଥିଲେ ।

ଟୁର୍ଣ୍ଣାମେଣ୍ଟ ର ମୁଖ୍ୟ ଆୟୋଜକ ଗୋପବନ୍ଧୁ ବେହେରା, କୋଚ ବନମାଳି ଦେହୁରୀ, ମ୍ୟାନେଜର ହେମନ୍ତ ଗୋଛାୟତ,ଟିମ ମ୍ୟାନେଜର ଆଲୋକ ମହାଭୋଇ,ମାନସ ସେଠୀ ମହାବୀର କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ଉଦଘାଟନ ମ୍ୟାଚରେ ମହୁଲଖୋଳି କ୍ରିକେଟ କ୍ଲବ ଓ ଯାନ୍ଦାପଶି କ୍ରିକେଟ କ୍ଲବକୁ ପରାସ୍ତ କରି ପ୍ରଥମ ଦଳ ଭାବେ ବିଜୟୀ ହୋଇଥିଲା ଓ ଦ୍ୱତୀୟ ଇନିସରେ ଆମ୍ବବାହାଳୀ କ୍ରିକେଟ କ୍ଲବ ଓ ନାଗିଆପଶି କ୍ରିକେଟ କ୍ଲବକୁ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ବିଜୟୀ ହେଇଥିଲା l ମହୁଲଖୋଳି ଟିମର ହେମନ୍ତ ଗୋଛାୟତ ଓ ଆମ୍ବବାହାଳି ଦଳର ବିଶ୍ୱଜିତ କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା l ଆଜିର ଦୁଇ ଦକ୍ଷ୍ୟ ଷ୍ଟାଇଲିସ ଅମ୍ପେୟାର ବିଷ୍ଣୁ ନାୟକ ଓ ଆଲୋକ ମହାଭୋଇ ଖେଳକୁ ପରିଚାଳନା କରୁଥିଲେ l

ସ୍କୋରରେ ହୃଷିକେଶ ଗୋଛାୟତ ଓ ଧାରାଵୀବରଣୀ ରେ ରଂଜିତ ବାରିକ ସହଯୋଗ କରୁଥିଲେ l ମହାବୀର କ୍ଲବ ର ସଦସ୍ୟ ସମାଜସେବି ସ୍ୱର୍ଗତ ଲିଲିପ ବେହେରା ସ୍ମୃତି ଉଦସ୍ୟରେ ୧ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କର ଖେଳପ୍ରତି ଓ ଲୋକଙ୍କ ପତି ନିଷ୍ଠାତପର ସେବା ଓ କୋରନା ସମୟରେ ଲୋକଙ୍କୁ ସହଯୋଗ କୁ ଗୋପବନ୍ଧୁ ବେହେରା ବଖାଣିଥିଲେ l

ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୧୬ ଗୋଟି ଦଳ ଯୋଗ ଦେବେ l ଆୟୋଜକ ତରଫରୁ ସୂଚନା ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l

new life
You might also like
error: Content is protected !!