News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ସପ୍ତାହ ବ୍ୟାପି ଜନ ସଚେତନତା

ସାରା ରାଜ୍ୟରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଲାଗିରହିଛି । ସେଥିରୁ ବଞ୍ଚିବା ପାଇଁ ଆଜି ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ଆରମ୍ଭ ହୋଇଛି ଏକ ସପ୍ତାହ (ସେବା କାର୍ଯ୍ୟ )ମାସ୍କ , ସାନିଟାଇଜର , ବଣ୍ଟନ ।

ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ କୁମାର ଦାସ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସେସନଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଥିଲେ ଗଁଦିଆ ତହସିଲଦାର ଆଶିଷରଞ୍ଜନ ସାହୁ ,ସଂମ୍ମାନିତ ଅତିଥି ବିଡ଼ିଓ ଗଁଦିଆ ନେତ୍ରାନନ୍ଦ ମଲିକ,ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ଓ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ର ସମସ୍ତ ସଦସ୍ୟ ଯଥା କ୍ଷୀରୋଦ ଚନ୍ଦ୍ର ଦାସ , ରଞ୍ଜିତ ସାମଲ , ପୁଷ୍ପଲତା ସାମଲ , ପ୍ରୀତିମଞ୍ଜରୀ ମହାନ୍ତି , ଦୀପ୍ତିରଞ୍ଜନ ସାହୁ , ଜ୍ୟୋତିରଞ୍ଜନ ଦାସ ସମସ୍ତ ସଦସ୍ୟ ମିଶି କାଯ୍ୟକ୍ରମ କୁ ଆଗକୁ ନେଇଥିଲେ ।

ଖାଲି ସେତିକି ନୁହେଁ କରୋନା ମହାମାରୀ ରେ କିଛି ବ୍ୟବସାୟୀ ଚଢା ଦରରେ ପଇସା ନେଉଥିବାର ଦୃଶ୍ୟ ମଧ୍ୟ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ନଜରକୁ ଆସିଥିଲା । ଏ ନେଇ ମଧ୍ୟ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ଲୋକଙ୍କ ସୁବିଧା ପାଇଁ ଗଁଦିଆ ବିଡ଼ିଓ ଙ୍କୁ ଅଭିଯୋଗ କରାଯାଇଛି ।

new life
You might also like
error: Content is protected !!