News
WhatsApp Image 2023-10-04 at 17.25.00
samparksetu

ସ୍କୁଟି ଡିକି ଭାଙ୍ଗି ଲୁଟ ; ସିସି ଟିଭିରେ କଏଦ ହେଲା ଲୁଟେରା

ଗଁଦିଆ ଅଂଚଳରେ ଘଟିଛି ଅଘଟଣ ,ଡିକିଭାଙ୍ଗି ଦୁର୍ବୃତ୍ତ୍ୱ ଲୁଟିନେଲେ ଟଙ୍କା । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଅଙ୍କୁର୍ଦ୍ଦା ଗ୍ରାମର ବୁଦ୍ଧଦେବ ମହାନ୍ତି ଆଜି ଏଟିଏମ ରୁ୧୨ ହଜାର ଟଙ୍କା ଉଠାଇ ତାଙ୍କର ଜୁପିଟର ସ୍କୁଟି ଡିକିରେ ରଖି ସିଧା ମେଡ଼ିସିନ କିଣିବା ପାଇଁ ଆସିଥିଲେ ।

ସେଠାରେ ନିଜର ଗାଡିରଖି ମେଡ଼ିସିନ କିଣୁଥିବା ସମୟରେ ତାଙ୍କୁ ପିଛା କରୁଥିବା କେହି ଦୁର୍ବୃତ୍ତ୍ୱ ତାଙ୍କର ଡିକି ଭାଙ୍ଗି ସେଥିରେ ଥିବା ନଗଦ ୧୨ହଜାର ଟଙ୍କା ସହିତ ଏଟିଏମ କାର୍ଡ କୁ ନେଇ ପଳାଇଥିଲା ।

ବୁଦ୍ଧଦେବ ମେଡ଼ିସିନ କିଣି ଟଙ୍କା ଦେବାକୁ ଗାଡ଼ିପାଖକୁ ଆସି ଡିକି ଭଙ୍ଗା ହୋଇ ଥିବାର ଦେଖିଥିଲେ । ଲୁଟ କରିଥିବା ବ୍ୟକ୍ତି ଜଣକ ତାଙ୍କ ଏଟିଏମ କାର୍ଡକୁ ବ୍ୟବହାର କରି କବାଟବନ୍ଧ ଠାରେ ଏକ ଏଟିଏମ ରୁ ୧୦ ହଜାର ଟଙ୍କା ଉଠାଇଥିବାର ସେ ଜାଣିବାକୁ ପାଇଥିଲେ ।

ଏହି ଚୋରି ଘଟଣା ସମ୍ପର୍କରେ ବୁଧଦେବ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ,ଅଭିଯୋଗ ମିଳିଲା ପରେ ପୋଲିସ ପକ୍ଷରୁ ଏକ ଚୋରି ମାମଲା ରୁଜୁ କରି ସିସିଟିଭି ଆଧାର ରେ ଲୁଟେରାଙ୍କୁ ଧରିବା ନିମନ୍ତେ ପ୍ରୟାସ ଜାରି ରଖିଛି ।

new life
You might also like
error: Content is protected !!