News
WhatsApp Image 2023-10-04 at 17.25.00
samparksetu

ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ ଦେଲେଣି ହେଲେ ମିଳୁନାହିଁ ଭତ୍ତା !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ଭୋଳେଶ୍ୱର ପରିଡା, ବୟସ ପ୍ରାୟ ୬୭ବର୍ଷ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ କରିଥିଲେ ମଧ୍ୟ ମିଳୁନାହିଁ ଭତ୍ତା । ଶେଷରେ ଅନଲାଇନ ଦରଖାସ୍ତ କରିବାକୁ କହିଲେ ପଞ୍ଚାୟତ ଅଧିକାରୀ ।

ପ୍ରକାଶ ଥାଉକି ଭୋଳେଶ୍ୱରଙ୍କର ଘର ଡିହ ଖଣ୍ଡେ ଛାଡିଦେଲେ, ବସୁଧାରେ ଜମି ଟିକିଏ ବି ନାହିଁ ।ମୁଲ ଦୁଃଖ କରି ଚଳନ୍ତି ଭୋଳେଶ୍ୱର । ପିଲାମାନଙ୍କ ବିବାହ କରିଦେବା ପରେ ସମସ୍ତେ ନିଜ ନିଜର ପରିବାର ସହିତ ଏହି ମହାମାରୀ ସମୟରେ ଦୁଃଖ କଷ୍ଟରେ ଚଳୁଛନ୍ତି । କିନ୍ତୁ ବୃଦ୍ଧ ଭୋଳେଶ୍ୱରଙ୍କୁ ପଚାରେ କିଏ ।

ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗତ ପାଞ୍ଚ ବର୍ଷ ହେଲା ଗୁହାରି କରିଆସୁଛନ୍ତି । କୁଜିନେତାଙ୍କ ଠାରୁ ଆରମ୍ଭ କରି ଦଲାଲ ପର୍ଯ୍ୟନ୍ତ ସମସ୍ତେ କୁହନ୍ତି ଆମେ ଭତ୍ତା କରିଦେବୁ ।କିନ୍ତୁ ଭତ୍ତା ପାଉନାହାନ୍ତି ଭୋଳେଶ୍ୱର । ଆଉ ପଞ୍ଚାୟତ ଓ ବ୍ଲକ ସ୍ତରରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଆରମ୍ଭ ହୋଇଥାଏ ଏହିଠାରୁ । ଗାଁ ଗାଁ ରେ ଏହି ଚର୍ଚ୍ଚା । ତୁରନ୍ତ ଭୋଳେଶ୍ୱରଙ୍କ ପରି ବୟସାଧିକ ବ୍ୟକ୍ତି ମାନଙ୍କୁ ଭତ୍ତା ପ୍ରଦାନ କରିବାପାଇଁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!