News
WhatsApp Image 2023-10-04 at 17.25.00
samparksetu

ଜନ ଗହଳି ସ୍ଥାନରେ ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ

ଗଁଦିଆ ର ମୁଖ୍ୟ ସ୍ଥାନରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଅଛି । ଉକ୍ତ ଦୋକାନଟି ଏକ ଜନଗହଳି ପୂର୍ଣ୍ଣ ହାଟ ଛକ ନିକଟରେ ଖୋଲାଯାଇ ଥିବାର ଦେଖିବାକୁ ମିଳିଛି ।

ଢେଙ୍କାନାଳ ଠାରୁ ଗଁଦିଆ ବ୍ଲକ ଦେଇ ଭୁବନଓ ଚଡେଇଧରାକୁ ସଂଯୋଗ କରୁଥିବା ଏହି ରାସ୍ତାଟିର କଡରେ ଖୋଲିଛି ଏହି ଦୋକାନଏହି ଦୋକାନଟି ବ୍ଲକର ମୁଖ୍ୟ କେନ୍ଦ୍ର ପରିଧି ମଧ୍ୟରେ ଅବସ୍ଥିତ ଏହାର ଗୋଟିଏ ପାର୍ଶ୍ଵରେ ବ୍ଲକ ,ତହସିଲ ,ଥାନା ତଥାଏ ବ୍ୟାଙ୍କିଙ୍କ ସଂସ୍ଥା ରହିଛି ଅପର ପକ୍ଷରେ ଗୋଷ୍ଠିସ୍ଵାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିଛି ସେହିପରି ପ୍ରତି ସପ୍ତାହର ଶୁକ୍ର ବାରଦିନ ଏହି ଦୋକାନର ଅଳ୍ପ ଦୂରରେ ଅନୁଷ୍ଠିତ ହୋଇଥାଏ ହାଟ ।

ଏଠାରେ ଶହଶହ ସଂଖ୍ୟରେ ଜନସାଧାରଣ ଙ୍କର ସମାଗମ ହୋଇଥାଏ । ସେହିପରି ଏହା ବ୍ଲକର ମୁଖ୍ୟ କେନ୍ଦ୍ର ହୋଇଥିବାରୁ ଏଠାରେ ଅନେକ ଶିକ୍ଷାନୁଷ୍ଠାନ ରହିଅଛି ବିଶେଷକରି ଉକ୍ତ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ପ୍ରତିଦିନ ସେମାନଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ବ୍ଲକ ଠାରୁ ଆରମ୍ଭକରି ବ୍ୟାଙ୍କ ଗୁଡିକୁ ଉକ୍ତ ଦୋକାନର ସମ୍ମୁଖ ଭାଗ ରାସ୍ତାଦେଇ ପ୍ରତିଦିନ ଯାତାୟତ କରିଥାନ୍ତି ।

ପ୍ରତିଦିନ ମହିଳାମାନେ ଏହି ଛକଦେଇ ଯାଉଥିବା ବେଳେ ନିଜକୁ ସଂକୋଚ ବୋଧ କରିଥାନ୍ତି । ସେହିପରି ଏଠାରୁ ଗ୍ରାହକ ମାନେ ମଦ କିଣି ସନ୍ଧ୍ୟାସ ମୟରେ ସେହିଠାରେ ହିଁ ମଦ୍ୟପାନ କରୁଥିବାର
ଦେଖିବାକୁ ମିଳିଥାଏ । ଉକ୍ତ ସ୍ଥାନଟି ବ୍ଲକର ମୁଖ୍ୟକେନ୍ଦ୍ରର ଜନଗହଳି ପୂର୍ଣ୍ଣ ଛକ ହୋଇଥିବାରୁ ଏହି ବିଦେଶୀ ସରକାରୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଅଛି ।

new life
You might also like
error: Content is protected !!