News
WhatsApp Image 2023-10-04 at 17.25.00
samparksetu

ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସତର୍କତା

ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ । ସ୍କୁଲ, କଲେଜକୁ ପହଞ୍ଚାଯିବ ପ୍ରଚୁର ପରିମାଣର ଓଆରଏସ ।

ଏହାସହ ସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ଲାସରେ ହିଟୱେଭ ସମ୍ପର୍କରେ ସଚେତନ କରାଯିବ । ସେହପରି କେବଳ ସକାଳ ବେଳା ଖୋଲିବ ଅଙ୍ଗନୱାଡି କେନ୍ଦ୍ର । ଜୀବନ ରକ୍ଷାକାରୀ ଔଷଧ, ସାଲାଇନ, ଓଆରଏସ ପ୍ରଚୁର ପରିମାଣରେ ରଖାଯିବ ବୋଲି କୁହାଯାଇଛି । ଯାତ୍ରୀ ପରିବହନ ଗାଡିରେ ରହିବ ଓଆରଏସ ଓ ପାଣି ।

ଗତକାଲି ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ୩୮ ଡିଗ୍ରୀ ସହ ସ୍ମାର୍ଟସିଟି ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଥିଲା । ଅନ୍ୟ ପଟେ ଢେଙ୍କାନାଳ ଜିଲ୍ଲାରେ ୩୮ ଡିଗ୍ରୀ ସର୍ବାଧିକ ରେକର୍ଡ ହୋଇଥିଲା ।

new life
You might also like
error: Content is protected !!