News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣା ରେ ଅଜା ମୃତ ନାତି ଗୁରୁତର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କର୍ଣ୍ଣପୁର ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାରେ ଅଜାଙ୍କର ମୃତ୍ୟୁ ହୋଇଥିବାବେଳେ ନାତି ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ , ନୟାଗଡ଼ରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କର୍ଣ୍ଣପୁର ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ଗୌରାଙ୍ଗ ଭୋଳ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜେଶ ଭୋଳ ନାମକ ଜଣେ ବାଳକ ଗୁରୁତର ହୋଇଛନ୍ତି । ଗୁରୁତର ବାଳକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!