News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଜଣେ ଅସହାୟ କ୍ୟାନସର ପୀଡିତ ଆଜି ଉପଜିଲ୍ଲାପାଳ ଙ୍କୁ ତାଙ୍କ ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ହିନ୍ଦୋଳ ବ୍ଲକ ବଡ଼ିବାହାଳ ଗ୍ରାମର ବାବୁଲି ନାୟକ(୪୨ ) ଆଜକୁ ଦୁଇବର୍ଷ ତଳେ ଟ୍ୟୁମର ଯୋଗୁଁ ଅପରେସନ ହୋଇଥିଲେ ମାତ୍ର କିଛିଦିନ ପରେ ଏହା କ୍ୟାନ୍ସର ଆଡକୁ ଗତି କରିଥିଲା ।

କ୍ୟାନସର ଚିକିତ୍ସା ପାଇଁ ଏ ଡାକ୍ତରଖାନା ସେ ଡାକ୍ତରଖାନା ହୋଇ ଭଲ ନହେବାରୁ ପ୍ରାୟ ବର୍ଷେ ହେବ ଘରେ ପଡି ପଡି ରହିଛନ୍ତି । ପରିବାର କହିଲେ ପତ୍ନୀ ରିତା ଓ ଦୁଇ ସ୍କୁଲ ପଢା ନାବାଳକ,ବାବୁଲି ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ପରିବାରର ।

ଚିକିତ୍ସା ରେ ଯାହା କିଛି ଅର୍ଥ ଥିଲା ତାହା ସରିଯାଇଛି,ପିଲାଙ୍କ ପାଠପଢା, ସ୍ୱାମୀଙ୍କ ଚିକିତ୍ସା ତ ଦୂରର କଥା ଅର୍ଥାଭାବ ହେତୁ ଓଳିଏ ଖାଇବାକୁ ମଧ୍ୟ ପାଇପାରୁନାହାନ୍ତି । ବାବୁଲିଙ୍କ ପତ୍ନୀ ରିତା ନାୟକ ଆଜି ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଙ୍କୁ ଦେଖା କରି ଅଭିଯୋଗ ଜଣାଇଥିଲେ, ଉପଜିଲ୍ଲାପାଳ ତାଙ୍କ ଦୁଃଖ ବୁଝି ତାଙ୍କ ଚିକିତ୍ସା ନିମନ୍ତେ ଓ ଆର୍ଥିକ ସହାୟତା ପାଇଁ ପଦକ୍ଷେପ ଗ୍ରହଣ କରିବାପାଇଁ କହିବା ସହ ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ରଙ୍କ ସହ ଆଲୋଚନା କରିବାରୁ ଡାକ୍ତର ମିଶ୍ର ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏଥିସହ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ସସ୍ମିତାରାଣୀ ନାୟକ ମଧ୍ୟ ବାବୁଲିଙ୍କ ଦୁଃଖ ସହିନପାରି ସହଯୋଗର ହାତ ବଢ଼ାଇ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କ ଚିକିତ୍ସା ନିମନ୍ତେ ବ୍ଲକ ତରଫରୁ ସରକାରଙ୍କର ଯାହା ସମ୍ଭବ ହୋଇପାରିବ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେହିପରି ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ବରୁଣ ସର ମଧ୍ୟ ସହଯୋଗର ହାତ ବଢ଼ାଇ ତାଙ୍କ ପୁଅ ଦୁଇଜଣଙ୍କର ଶିକ୍ଷା ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବାବୁଲିଙ୍କ ପତ୍ନୀ ରିତା ଉପଜିଲ୍ଲାପାଳ, ଏସ ଡ଼ି ଏମ ଓ ଏବଂ ବ୍ଲକ ଅଧକ୍ଷ୍ୟା ଓ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଅସହାୟ ରୋଜଗାର ଶୂନ୍ୟ ଥିବାରୁ ତାଙ୍କୁ ପରିବାର ପ୍ରତିପୋଷଣ ଓ ତାଙ୍କ ଦୁଇ ପୁଅ ଙ୍କର ପାଠପଢା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଲେ ତାଙ୍କ ପରିବାର ସାଧାରଣ ଜୀବନଯାପନ କରି ପାରନ୍ତେ ବୋଲି ଗୁହାରୀ କରିଛନ୍ତି ।

new life
You might also like
error: Content is protected !!