News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ରେ ଦ୍ବିତୀୟ ପର୍ଯ୍ୟାୟ କୋବିଡ଼-୧୯ ଟୀକା କରଣ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଦୂତୀୟ ପର୍ଯ୍ୟାୟ କରୋନା ପାଇଁ ଟୀକା କରଣ ହୋଇଯାଇଛି।ଖବରରୁ ପ୍ରକାଶ ଯେ ଆଜି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ କୁ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ପ୍ରଥମେ ଉପଜିଲ୍ଲାପାଳ ଟୀକା ନେବା ପରେ ହିନ୍ଦୋଳ ବିଡ଼ିଓ ଶ୍ରୀ ଦେବଦତ୍ତ ମହନ୍ତ, ଅତିରିକ୍ତ ଉପଜିଲ୍ଲାପାଳ ତଥା ହିନ୍ଦୋଳ ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ରୀ ଗଜାନନ ପ୍ରଧାନ ଟୀକା ନେଇଥିଲେ।ପରେ ପରେ ସ୍ୱାସ୍ଥ୍ୟ କର୍ମୀ, ସରକାରୀ କର୍ମଚାରୀ ମାନେ ଟୀକା ନେଇଥିଲେ।ଆଜି ପ୍ରାୟ ଏକଶହ ଟୀକା ନେବା ପାଇଁ ନାମ ପଞ୍ଜୀକରଣ ହୋଇଅଛି।

ଟୀକା ନେବା ପରେ ହିନ୍ଦୋଳର ମୁଖ୍ୟ କରୋନା ଯୋଦ୍ଧା ହିନ୍ଦୋଳ ଉପଜିଲ୍ଲାପାଳ, ବିଡ଼ିଓ ଓ ଅତିରିକ୍ତ ଉପଜିଲ୍ଲାପାଳ ମହୋଦୟ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।ଆଜିର କାର୍ଯ୍ୟକ୍ରମ ରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ବରିଷ୍ଠ ସାମ୍ବାଦିକ ବ୍ରାମହାନନ୍ଦ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବେହେରା, ରବିନାରାୟଣ ପଟ୍ଟନାୟକ, ତପନ କୁମାର ପରିଡା,ସ୍ୱାସ୍ଥ୍ୟ କର୍ମୀ, ଏନ ଏ ସି କର୍ମଚାରୀ, ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିବା ସହ ଉତ୍ସାହିତ କରିଥିଲେ।ଆଜିର କାର୍ଯ୍ୟକ୍ରମ ପାଇଁ ଉପଜିଲ୍ଲାପାଳ ଖୁସିବ୍ୟକ୍ତ କରିବା ସହ ଏହି ଟୀକାକରଣ ରେ ସମସ୍ତେ ସାମିଲ ହୋଇ ଦେଶକୁ ସମ୍ପୁର୍ଣ୍ଣ କରୋନା ମୁକ୍ତ କରିବାରେ ସମସ୍ତେ ସାମିଲ ହୋଇ ଦେଶ ଗଠନ ରେ ସାମିଲ ହେବା ।

new life
You might also like
error: Content is protected !!