News
WhatsApp Image 2023-10-04 at 17.25.00
samparksetu

ମା ବୁଢୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କୁଟୁଣିଆ ଠାରେ ଆଜି ମା ବୁଢୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଟି ଦଳ ଅଂଶ ଗ୍ରହଣ କରିବା ସହ ଆଜି ଫାଇନାଲ୍ ମ୍ୟାଚ୍ ଟି ଘୋଡାଡିଆଁ ଓ ବେଡାପଡା ମଧ୍ୟ ରେ ଅନୁଷ୍ଠିତ ହୋଇ ଯାଇଅଛି ।

ବେଡାପଡା ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୧୩୧ ରନ୍ ସଂଗ୍ରହ କରି ଥିବା ବେଳେ ଘୋଡାଡିଆଁ ୧୨.୪ ଓଭର ରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରି ଥିଲା । ଚାମ୍ପିଅନ ଦଳ ର ଲିଟୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଓ ବେଡାପଡା ଦଳ ର ବିଟୁ ମ୍ୟାନ୍ ଅଫ୍ ଦ ସିରିଜ୍ ବିବେଚିତ ହୋଇ ଥିଲେ ଏବଂ ଆଜି ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ କୁଟୁଣିଆ ପଞ୍ଚାୟତ ର ସରପଞ୍ଚ ଶ୍ରିଯୁକ୍ତ ଭୁବନାନନ୍ଦ ବେହେରା ଓ ଗ୍ରାମ ର ସେକ୍ରେଟାରୀ ଶ୍ରୀଯୁକ୍ତ ସୁଶାନ୍ତ ସାହୁ । କୁଟୁଣିଆ ମା ବୁଢୀ କ୍ରିକେଟ୍ କ୍ଳବ୍ ର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରି ଥିଲେ ।

new life
You might also like
error: Content is protected !!