News
WhatsApp Image 2023-10-04 at 17.25.00
samparksetu

ହାତୀ ପାଇଁ ଆଘୋଷିତ ବିଦ୍ୟୁତ କାଟ , ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ

ହିନ୍ଦୋଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମ ମାନଙ୍କରେ ଏବେ ବନବିଭାଗର ନିର୍ଦ୍ଦେଶ କ୍ରମେ ବିଦ୍ୟୁତ ସଂସ୍ଥା ଟିପିସିଓଡିଏଲ ବେଆଇନ ବିଦ୍ୟୁତ କରେଣ୍ଟରେ ଜଙ୍ଗଲ ମାନଙ୍କରେ ହାତୀ ଓ ବାରହା ମୃତ୍ୟୁ କୁ ରୋକିବା ପାଇଁ ଦିନ ଦିନ ଧରି ବିଦ୍ୟୁତ କାଟ କରୁଛି।

ଏହି ସମସ୍ୟା ଗୁରୁତ୍ତର ଆକାର ଧାରଣ କରିଛି ହିନ୍ଦୋଳ ଉପଖଣ୍ଡର ପlଟଲl ଓ ମlହlଲୁଣ୍ଡା ପଞ୍ଚାୟତରେ। ମlହlଲୁଣ୍ଡା ପଞ୍ଚାୟତର ଟାଙ୍ଗୀ ଶାଳ ଗ୍ରାମ ଜଙ୍ଗଲ ମଧ୍ୟରେ ଯନ୍ତୁ ଶିକାରୀ ମାନେ ଶିକାର ଉଦ୍ଦେଶ୍ୟରେ ବାରର୍ହା ଫାସ ବିଛାଇ ତହିଁରେ ବେଆଇନ କରେଣ୍ଟ ସଂଯୋଗ କରି ବିଭିନ୍ନ ସମୟରେ ଯନ୍ତୁ ଶିକାର କରୁଥିବାର ଟେର ନେଇ ବନବିଭାଗ ଅଧିକାରୀ ଓ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ସହମତିରେ ପ୍ରାୟ ଚାରି ଦିନ ହେବ ପlଟଲl ଓ ମlହlଲୁଣ୍ଡା ପଞ୍ଚାୟତର ୭,୮ ଟି ଗ୍ରାମକୁ ଅନ୍ଧାରରେ ରଖିଥିଲେ।

ଜନ୍ତୁ ଶିକାରୀକୁ ଧରିବା ପରିବର୍ତ୍ତେ ବନବିଭାଗ ଓ ବିଦ୍ୟୁତ ବିଭାଗର ଏହିଭଳି ନାଟକକୁ ଗ୍ରାମ ବାସୀ ବରଦାସ୍ତ କରି ନଥିଲେ। ବିଦ୍ୟୁତ କାଟ ଜନିତ ସମସ୍ୟାରେ ଅତିଷ୍ଠ ହୋଇ ଆଜି ଉଭୟ ପଞ୍ଚାୟତ ର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ହୋ ହlଲା କରିବା ସହ ବିଦ୍ୟୁତ କାଟ ସମସ୍ୟାର ଦୃଢ଼ ପ୍ରତିବାଦ କରିଥିଲେ।

ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇ ସେମାନେ ଆଜି ସନ୍ଧ୍ୟା ସୁଧା ବିଦ୍ୟୁତ ସରବରାହକୁ ନିୟମିତ କରା ନଗେଲେ ସେମାନଙ୍କ ଧାରଣା ଓ ପ୍ରତିବାଦକୁ ବଳବତ୍ତର ରଖିବାକୁ ଜିଦ ଧରି ବସିଥିଲେ। ଏଥିରେ ତହସିଲଦାର ସୁଶାନ୍ତ ମିଶ୍ର ଙ୍କ ସମେତ ଶହକାରୀ ଉପଜିଲ୍ଲାପାଳ ଗଜାନନ ପ୍ରଧାନ ଘଟଣା ସ୍ଥଳରେ ଉପସ୍ଥିତ ରହି ଉତ୍ୟକ୍ତ ଗ୍ରାମ ବାସୀଙ୍କୁ ବୁଝା ସୁଝା କରିଥିଲେ।

ଦିନ ୩ ଟା ସମୟରେ ଏହି ସମସ୍ୟାର ବାଟ ଫିଟି ଥିଲା । ଉପଖଣ୍ଡ ପ୍ରଶାସନ , ବନବିଭାଗ ଓ ବିଦ୍ୟୁତ ବିଭାଗର ମିଳିତ ସହମତିରେ ଅଞ୍ଚଳକୁ ପୁର୍ନବାର ବିଦ୍ୟୁତ ଯୋଗାଣ ଆରମ୍ଭ କରାଯାଇଥିବା ଜଣା ଯାଇଛି।

new life
You might also like
error: Content is protected !!