News
WhatsApp Image 2023-10-04 at 17.25.00
samparksetu

ହାତୀ ପାଇଁ ରାତି ଅନିଦ୍ରା ,ଫସଲକୁ ବଞ୍ଚାଇବାକୁ ମଞ୍ଚାରେ ଚାଷୀ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଓ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ଗଛରେ ମଞ୍ଚା ବାନ୍ଧି ରାତିସାରା ଜଗିରହିବା ସହିତ ଫସଲକୁ ହାତୀ ଦାଉରୁ ବାଜା ବଜାଇ ବାଣ ଫୁଟାଇ ସୁରକ୍ଷା ଦେଉଥିବାର ଜଣାପଡିଛି ।

ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ ଅନ୍ତର୍ଗତ ବାଉଁଶ ପୋଖରୀ ପଞ୍ଚୟତ ନୂଆକୋଟ,ଡିହସାହି,ବନ୍ଧାଭୁଇଁ କରାବିରା, ବରଡାପାଳ,ସୁନ୍ଦରାପାଳ ଗ୍ରାମରେହାତୀ ଉପଦ୍ରବ ବୃଦ୍ଧି ପାଇଛି । ପାଚିଲା ଫସଲକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନେ ଜୀବନକୁ ବାଜି ଲଗାଇ ଗଛ ଉପରେ ମଞ୍ଚା ବାନ୍ଧି ରାତି ସାରା ଉଜାଗର ରହୁଥିବାର ଜଣାପଡିଛି । କିଛି ଦିନ ହେବ ଜମିଠାରୁ ଆରମ୍ଭ କରି ଖଳା ପର୍ଯ୍ୟନ୍ତ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ବନବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାର ଜଣାପଡିଛି । ମାତ୍ର ହାତ ଗଣତି କେତେ ଜଣ ହାତୀ ସ୍କ୍ବାର୍ଡ କର୍ମଚାରୀ ସନ୍ଧ୍ୟାବେଳେ ଗ୍ରାମରେ ଭ୍ରମଣ କରି ଚାଲିଯାଉଛନ୍ତି ।

ହାତୀ ଦାଉରୁ ସୁରକ୍ଷା ପାଇଁ ସନ୍ଧ୍ୟା ଠାରୁ ସକାଳ ଯାଏ ଚାଷୀ ମାନେ ହାତୀ ଘଉଡାଇବାରେ ବ୍ୟସ୍ତ ରହୁଥିବାର ଜଣାପଡିଛି ।ବାରମ୍ବାର ହାତୀ ଉପଦ୍ରବ ନେଇ ବନଖଣ୍ଡ ବିଭାଗୀୟ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଅନଲାଇନ ମାଧ୍ୟମରେ ଲିଖିତ ଦରଖାସ୍ତ କରିବା ସହିତ କ୍ଷତିପୂରଣ ପାଇଁ ବାରମ୍ବାର ଦୌଡିଲେ ମଧ୍ୟ ବନବିଭାଗ କର୍ମଚାରୀ ମାନେ କର୍ଣ୍ଣପାତ କରୁନଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି ।

କେବଳ ହାତୀ ନୁହେଁ ବାରହା ,ମାଙ୍କଡା ମାନଙ୍କ ଉପଦ୍ରବରେ ଗ୍ରାମବାସୀ ମାନେ ଅତିଷ୍ଠ ହୋଇପଡିଛନ୍ତି । ଦିନ ଦିନ ଧରି ଏହି ସମସ୍ୟା ଲାଗିରହିଥିବା ବେଳେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

new life
You might also like
error: Content is protected !!