ଢେ଼ଙ୍କାନାଳ ଜିଲ୍ଲା ଖଜୁରିଆକଟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚଳିତ ଶିକ୍ଷା ବର୍ଷ ର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ, ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ କର କମଳରେ ପ୍ରଦୀପ ପ୍ରଜ୍ବଳନ କରା ଯାଇଥିଲା ।
୩୦୬ ଜଣ ପ୍ରତିଯୋଗୀ ଗଣିତ, ବିଜ୍ଞାନ, ସଂସ୍କୃତିଜ୍ଞାନ ବିଷୟର ପ୍ରଶ୍ନମଞ୍ଚ, ପ୍ରକଳ୍ପ ,ପ୍ରୟୋଗ, ପତ୍ରବାଚନ ,କଥାକଥନଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ,ପ୍ରଧାନ ଆଚାର୍ୟ ଦୟାନିଧି ଦାସ ଙ୍କ ପରାମର୍ଶ ଓ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।
ନିକଟସ୍ଥ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ୧୮ଜଣ ଶିକ୍ଷକ ଓ ଅଧ୍ୟାପକଙ୍କ ମୂଲ୍ୟାଙ୍କନକୁ ଆଧାର କରି ଫଳାଫଳ ସ୍ଥିର ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଶ୍ରୀଯୁକ୍ତ ସୁକାନ୍ତ କୁମାର ପତି, ଏଚ୍.ଓ ଡି, ରସାୟନ ବିଜ୍ଞାନ ବିଭାଗ, ହିନ୍ଦୋଳ ମହାବିଦ୍ୟାଳୟ, ଖଜୁରିଆକଟା କୃତୀ ପ୍ରତିଭାଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ସର୍ବୋପରି ବିଦ୍ୟାଳୟ ବିଜ୍ଞାନ ପ୍ରମୁଖ ଶ୍ରୀଯୁକ୍ତ ରାଜକିଶୋର ପାଳ କାର୍ଯ୍ୟକ୍ରମ ର ବୃତ୍ତକଥନ କରିଥିଲେ ।
ବିଜ୍ଞାନ ବିଭାଗ ଆଚାର୍ୟ ଶ୍ରୀମାନ ପ୍ରକାଶ କୁମାର ସାହୁ, ପ୍ରତାପ ବିଶ୍ୱାଳ, ସାଗର ପ୍ରଧାନ ଓ ଆଚାର୍ୟା ଶ୍ରୀମତୀ ଦୀପ୍ତିମୟୀ ସାହୁ ବିଶେଷ ଦାୟିତ୍ୱ ଗ୍ରହଣ କରିଥିଲେ।ବନ୍ଦେ ମାତରଂ ପରେ କାର୍ଯ୍ୟ କ୍ରମ ଶେଷ ହୋଇଥିଲା।