News
WhatsApp Image 2023-10-04 at 17.25.00
samparksetu

ଘରୁ ଟାଣିଆଣି କଚାଡିଦେଲା ହାତୀ ,ଯୁବକ ମୃତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ କୁନୁଆଁ ପ୍ରଧାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କୁନୁଆଁ ପଧାନୀ ଗ୍ରାମରେ ସୁବ୍ରତ ନାଏକ ସପରିବାରେ ଘରେ ଶୋଇଥିବା ବେଳେ ବୁଧବାର ରାତିରେ ହାତୀ ମାଟି କାନ୍ଥ ଭାଙ୍ଗି ଧାନ ଖାଇବାକୁ ଘରେ ପଶି ଯାଇଥିଲା ।

ହାତୀକୁ ଦେଖି ସୁବ୍ରତ ଚିତ୍କାର କରିବାରୁ ହାତୀଟି ସୁବ୍ରତଙ୍କୁ ଘରୁ ଟାଣିଆଣି କଚାଡି ଦେଇଥିଲା ।ଯୁବକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଚାଲିଆସି ପାଟିକରିବାରୁ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।ଗୁରୁତର ଅବସ୍ଥାରେ ପରିବାରଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ
ଘୋଷଣା କରିଥିଲେ ।

ଧାନ ଅମଳ ସମୟରେ ଧାନ ଖାଇବାକୁ ହାତୀ ପଲ ଗ୍ରାମ ନିକଟକୁ ଚାଲି ଆସୁଛନ୍ତି । କିନ୍ତୁ ବନବିଭାଗର କର୍ମଚାରୀ ମାନେ ହାତୀ ଗତି ବିଧି ସମ୍ପର୍କରେ ଗ୍ରାମବାସୀମାନଙ୍କୁ ସୂଚନା ଦେବାର ବ୍ୟବସ୍ଥା ଥିବା ବେଳେ କୌଣସି ସୂଚନା ଦେବା ତ ଦୂରର କଥାକୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବାର ଜଣାପଡିଛି ।

new life
You might also like
error: Content is protected !!