News
WhatsApp Image 2023-10-04 at 17.25.00
samparksetu

ଜୀବେ ନିଷ୍ଠୁରତା ନିରୋଧ ସଚେତନତା ଶିବିର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବ୍ଲକ ସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧ ଓ ବେଆଇନ ପ୍ରାଣୀ ଚାଲାଣ ନିରାକରଣ ସମ୍ବଦ୍ଧୀୟ ଏକ ସଚେତନତା ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତପନ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଢେ଼ଙ୍କାନାଳ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ କୁମାର ପରିଡ଼ା, ସହକାରୀ ଜନ୍ମ ଅଧିବକ୍ତା ବିଶ୍ୱଜିତ୍ କୁମାର ଯୋଗ ଦେଇ ଜୀବେ ନୁଷ୍ଠୁରତା ଆଇନ ୧୯୬୦, ବେଆଇନ ପ୍ରାଣୀ ଚାଲାଣ ନିରୋଧ ଆଇନ ୧,୯,୭, ୮ଉପରେ ଆଲୋକପାତ କରିଥିଲେ।

ହିନ୍ଦୋଳ ବନ ଅଧିକାରୀ ଲଳିତ କୁମାର ରଥ, ଅଗ୍ନିଶମ ଅଧିକାରୀ ସଦାଶିବ ସେଠୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସମାଜସେବୀ ରତିକାନ୍ତ ଗଡ଼ନାୟକ, ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସମିତି ର ସଭ୍ୟ ଅରବିନ୍ଦ ମାଝୀ ପ୍ରମୁଖ ଯୋଗ ଦେଇ ନିଜର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଅନ୍ତର୍ଯ୍ୟାମୀ ବାରିକ ପରିଚାଳନା କରିଥିବାବେଳେ, ରାସୋଳ ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଷେକ ସାହୁ, ଖଜୁରିଆକଟା ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରଜ୍ଞାସ୍ପିତା ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ଜୀବ ମାନଙ୍କ ପ୍ରତି ଦୟାବାନ ହେବାପାଇଁ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା।

new life
You might also like
error: Content is protected !!