ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଧର୍ମପରାୟଣ ମହିଳା ଙ୍କ ବିୟୋଗ ରେ ସମଗ୍ର ହିନ୍ଦୋଳ ଏନ ଏ ସି ଶୋକାଭିଭୁତ।ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୦ନୂତନପାଟଣା ଗ୍ରାମର ଗଦାଧର ବେହେରାଙ୍କ ଧର୍ମପତ୍ନୀ ତଥା ନିଜଗଡ଼ ହିନ୍ଦୋଳ ର ପୂର୍ବତନ ନାଏବ ସରପଞ୍ଚ ଶ୍ରୀମତୀ ଚତୁରୀ ବେହେରା ଗତ ତା୧୮/୭/୨୨ରିଖ ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।
ସ୍ବର୍ଗତ ବେହେରା କିଛିଦିନ ତଳେ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ବର୍ଗ ଅଧିକ ଚିକିତ୍ସା ପାଇଁ କଟକ ନେଇଥିଲେ ମାତ୍ର ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ପ୍ରାଣତ୍ୟାଗ କରିଛନ୍ତି ହିନ୍ଦୋଳ ର ପ୍ରିୟ ଚତୁରୀ ଅପା। ସ୍ବର୍ଗତ ଚତୁରୀ ବେହେରା ୨୦୦୦ ରୁ ୨୦୦୫ମସିହା ମଧ୍ୟରେ ପୂର୍ବ ନିଜଗଡ଼ ହିନ୍ଦୋଳର ନାଏବ ସରପଞ୍ଚ ନିର୍ବାଚିତ ହୋଇ ବହୁ ଉର୍ଣୟନମୂଳକ କାର୍ଯ୍ୟ କରିବା ସହ ବହୁ ଜନାହିତକର କାର୍ଯ୍ୟ ,ଜନସେବା କରି ତାଙ୍କ ଧର୍ମପରାୟଣତା ପାଇଁ ଘରେ ଘରେ ପରିଚିତ ହେବା ସହ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ।ତାଙ୍କ ବିୟୋଗ ଖବର ପାଇ ହିନ୍ଦୋଳ ଏନଏସି ର ବରିଷ୍ଠ କାଉନସିଲର ତଥା ବିଜେଡି ନେତା ପ୍ରଦ୍ୟୁମ୍ନ ବେହେରା, ୱାର୍ଡ ନଂ-୧୦କାଉନସିଲର ଶ୍ୟାମଘନ ଭୁତିଆ ତାଙ୍କ ବାସଭବନରେ ପହଂଚି ୰ଚତୁରୀ ବେହେରାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତାଙ୍କ ବିୟୋଗରେ ହିନ୍ଦୋଳ ଏନ ଏ ସି ର ରାଜନୀତିରେ ଅପୁରଣୀୟ କ୍ଷତି ଘଟିଲା ବୋଲି କାଉନସିଲର ପ୍ରଦ୍ୟୁମ୍ନ ବେହେରା ପ୍ରକାଶ କରିଛନ୍ତି।ସ୍ବର୍ଗତ ଚତୁରୀଙ୍କ ବିୟୋଗ ରେ ବହୁ ଜନସାଧାରଣ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଗ୍ରାମ ଶ୍ମଶାନ ରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ହେବା ସହ ବହୁ ଲୋକ ଏଥିରେ ଯୋଗ ଦେଇଥିଲେ।