News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନଏସି ପରିଷଦର ମାସିକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ପାରିଷଦ ର ଆଜି ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ ଓ ସମସ୍ତ କାଉନସିଲର,ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ,ଏନ ଏ ସି କର୍ମଚାରୀ ବୃନ୍ଦ, ଆର ଡବ୍ଲୁଏସ ଏସ ଯନ୍ତ୍ରୀ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜିର ବୈଠକରେ ହିନ୍ଦୋଳ ଏନଏସି ର ଉର୍ଣ୍ଣୟନମୁଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ନୂତନ ଦୋକାନ ଗୃହ ସ୍ୱଚ୍ଛ ଭାବରେ ଆବଣ୍ଟନ ଉପରେ ମାନ୍ୟବର ବିଧାୟିକା ଗୁରୁତ୍ୱ ଦେଇଥିଲେ।ଏହି ଅବସରରେ ମାନ୍ୟବର ବିଧାୟିକା ଭତ୍ତା ବଣ୍ଟନ କରିବା ସହ ବିଭିନ୍ନ ସମସ୍ୟା ନେଇ ଆସିଥିବା ଅସହାୟ ମାନଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।

ମାନ୍ୟବର ବିଧାୟିକା ପଦକ୍ଷେପ ନେଇଥିବା ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ ଯଥା ୱାର୍ଡ ନଂ-୧୫ର ଓ ୱାର୍ଡ ନଂ-୧୬ର ପୋଖରୀ, ରାସ୍ତା, ଗୃହ,ପାନୀୟ ଜଳଯୋଗାଣ ସହ ,ବିଭିନ୍ନ ୱାର୍ଡ ମାନଙ୍କର ଉର୍ଣ୍ଣତି ପାଇଁ ନେଇଥିବା ପଦକ୍ଷେପ ରାସ୍ତା, ଭତ୍ତା,ଗରିବ ଅସହାୟ ଙ୍କୁ ସହଯୋଗ କାର୍ଯ୍ୟକାରୀ ହୋଇଥିବାରୁ ବିଧାୟିକା ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।ଆଜିର ବୈଠକରେ ହିନ୍ଦୋଳ ଏନ ଏ ସି ର ବକେୟା ଥିବା ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସମ୍ପର୍ଣ୍ଣ କରିବା କୁ ଉଦ୍ୟମ କରିବାକୁ ମାନ୍ୟବର ବିଧାୟିକା ପରିଷଦକୁ ପରାମର୍ଶ ଦେଇଥିଲେ।ହିନ୍ଦୋଳ ଏନଏସି ର ସମସ୍ତ ୱାର୍ଡ ମାନଙ୍କରେ ପ୍ରତ୍ୟକ୍ଷ ଭାବେ ପାରିଷଦ ଓ ଏନଏସି କର୍ମଚାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରଖି ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହ ତାହାର ସମାଧାନ ପାଇଁ ନିର୍ବାହୀ ଅଧିକାରୀ ଙ୍କୁ ମାନ୍ୟବର ବିଧାୟିକା ପରାମର୍ଶ ଦେଇଥିଲେ।ହିନ୍ଦୋଳ ଏନ ଏ ସି ର ମେଡିକାଲ ଛକ ନିକଟରେ ବିସ୍ଥାପିତ ଉଠା ଦୋକାନୀ ମାନନଙ୍କୁ ଅଗ୍ରାଧିକାର ଦେବାକୁ କାଉନସିଲର ପ୍ରଦ୍ୟୁମ୍ନ ବେହେରାଙ୍କ ପ୍ରସ୍ତାବ କୁ ସମସ୍ତ ପାରିଷଦ ବିଚାର କରିବାକୁ ବୈଠକରେ ଆଲୋଚନା ହୋଇଥିଲା।

ପରେ କାଉନସିଲର ମାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ବ୍ଲକ ବିଜେଡି ସଭାପତି ବରୁଣ ସର, ନଗର ସଭାପତି ଗୋବିନ୍ଦ ବେହେରା, ଏନଏସି ଯୁବ ବିଜେଡି ସଭାପତି ରୁଦ୍ରନାରାୟଣପ୍ରସାଦ ଦାସ,ଆଇନ ସାମୁଖ୍ୟ ହିମାଂଶୁ ଭୂଷଣ ମିଶ୍ର, ବିଜେଡି ସଂଖ୍ୟା ଲଘୁ ଅଧ୍ୟକ୍ଷ ଅଵବୁବକର ,ବିଜେଡି କର୍ମୀ ହେମନ୍ତ ବେହେରା ପ୍ରମୁଖ ଙ୍କ ସହ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟିକା ଆଲୋଚନା କରିବା ସହ କିଭଳି ଜନସାଧାରଣ ଉପକୃତ ହୋଇପାରିବେ ସେଥିପାଇଁ ପରାମର୍ଶ ଦେଇଥିଲେ।

new life
You might also like
error: Content is protected !!