News
WhatsApp Image 2023-10-04 at 17.25.00
samparksetu

କାର ଓ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ ,ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ , ଖୋର୍ଦ୍ଧା ଜିଲ୍ଲା ବୋଲଗଡଥାନା ମାଣିକଜୋଡା ଅଞ୍ଚଳର ଦୁଇ ଯୁବକ ଶେଖ ଅଲିମ(୩୫) ଓ ଦୌଲତ ଖାଁ(୩୦) ଏକ ବାଇକ ଯୋଗେ ହିନ୍ଦୋଳ ଦେଇ କୌଣସି କାମରେ କଟକ ପଟକୁ ଯାଉଥିବା ବେଳେ ସତମାଇଲ ଆଡୁ ଦ୍ରୁତଗତିରେ ଆସୁଥିବା ଏକ କାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ ୧୩ସ୍ଥିତ ରାଶିପାଳ ହାଇସ୍କୁଲ ସାମ୍ନାରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ଫଳରେ ବାଇକ ଆରୋହୀ ଦୁହେଁ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଭାବରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ହିନ୍ଦୋଳ ଅଗ୍ନିଶମ ବିଭାଗ ଗାଡ଼ିରେ କର୍ମଚାରୀ ମାନେ ସେମାନଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ । ମାତ୍ର ଡାକ୍ତର ଦୌଲତ ଖାଁଙ୍କୁ ମୃତ ଘୋଷଣା କରିବା ସହ ଗୁରୁତର ଶେଖ ଅଲିମ ଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି ।

ଖବର ପାଇ ଘଟଣା ସ୍ଥଳରେ ପହଂଚି ହିନ୍ଦୋଳ ପୋଲିସ କାର ଓ ବାଇକ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନଭିନ କରିବା ସହ କେସ ନଂ -196/1-12 ଅଣ୍ଡର ସେକ୍ସନ 279/337/338/304A ଆଇପିସି ଧାରାରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!