ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ମହାଦିଆ ଗ୍ରାମରେ ଶୁକ୍ରବାର ରାତିରେ ୬ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି ।ଗ୍ରାମରେ କିଛି ପରିବାର ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଏହି ଚୋରି କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ , କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ଗ୍ରାମର ଶଶିପ୍ରଭା ଲେଙ୍କା ,ଉଦୟନାଥ ବରାଳ , ଅକ୍ଷୟ ଲେଙ୍କା , ପିତାମ୍ବର ବରାଳଙ୍କ ଘର ସହିତ ଅନ୍ୟ ୨ଟି ଘରେ କବାଟ ଝରକା ତାଡି ସୁନା ଗହଣା ଚୋରି କରିଛନ୍ତି ।ଏ ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଘଟଣାର ତଦନ୍ତ ଚଳାଇଛନ୍ତି ।