News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ମୀରାବଜାର ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗତକାଲି ଶନିବାର ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଆନୁକୂଲ୍ୟରେ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧୂବନ ଖେଳପଡିଆଠାରେ ଉଦଘାଟନ ହୋଆଯାଇଛି ।ମୂଖ୍ୟ ଅତିଥି ଭାବେ ଲକ୍ଷ୍ମୀ ପୂଜା କମିବ ସଭାପତି ସନ୍ତୋଷ ମହାପାତ୍ର ଓ ଉପଦେଷ୍ଟା ନକୁଳ ସାହୁ ଭୂମି ପୂଜନ କରିବା ସହିତ ଶ୍ରୀମହାପାତ୍ର ରିବନ କାଟି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସାମ୍ଵାଦିକ ସଂଗ୍ରାମ କେଶରୀ ବେହେରା ଓ ନୀରୋଜ କୁମାର ପାଳ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଦିନକୁ ଦୁଇଟି ଦଳ ହିସାବରେ ପର୍ଯ୍ୟାୟକ୍ରମେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧୬ ଟି ଦଳ ଭାଗନେବେ । ଆସନ୍ତା ରବିବାର ଫାଇନାଲ ମ୍ୟାଚ ଖେଳାଯିବ ।

ମ୍ୟାଚ ପୂର୍ବରେ ଦେଶାତ୍ମକବୋଧ ଗୀତ ଜନଗଣମନ ଗୀତକୁ ସମ୍ମାନ ଦେବା ପରେ ମ୍ୟାଚ ଆରମ୍ଭ ହୋଇଥିଲା ।ମ୍ୟାଚରେ ମୁଗପାଳ ସହିତ ହିନ୍ଦୋଳ ଏନ୍ଏସି ୧ନଂ ଓ୍ଵାର୍ଡ ରାଧାନାଥପୁର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଟସ ଜିତି ମୁଗପାଳ ବୋଲି ନେଇଥିଲା । ୧୨ଓଭର ବିଶିଷ୍ଟ ମ୍ୟାଚ ହୋଇଥିଲା । ମ୍ୟାଚରେ ରାଧାନାଥପୁର ୧୨୦ ରନ କରି ବିଜୟ ଲାଭ କରିଥିଲା ।

ଅପର ପକ୍ଷରେ ମୁଗପାଳ ୬୦ ରନ କରି ୧୨ଓଭର ସମାପ୍ତି କରି ପରାଜୟ ହୋଇଥିଲା ।ଦ୍ଵିତୀୟ ପର୍ଯ୍ୟାୟରେ ହିନ୍ଦୋଳ ଦୁଦୁରକୋଟ ଓ ହିନ୍ଦୋଳ ଚିତ୍ତଲପୁର ସହିତ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ଦୁଦୁରକୋଟ ଟସ ଜିତି ବ୍ୟାଟିଂ କରିଥିଲା ।ଦୁଦୁରକୋଟ ଜଗମୋହନ ପଟ୍ଟନାୟକ ଧୂଆଁଧାର ବ୍ୟାଟିଂ ଜାରି ରଖି ୧୨ ଟି ଛକା ୭ଟି ଚୌକା ୫୨ ବଲରେ ୧୦୪ ରନ କରି ସମୁଦାୟ ୧୫୬ରନ କରି ବିଜୟ ଲାଭ କରିଛି ।

ଅପର ପକ୍ଷରେ ଚିତ୍ତଲପୁର ୧୨୦ରନନ କରି ପରାଜୟ ହୋଇଥିଲା ।ମ୍ୟାଚକୁ ସୁବ୍ରଜିତ ସାହୁ,ବଳରାମ ବେହେରା,ଅବୁଲି ବେହେରା,କୃଷ୍ଣଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ମଣ୍ଟୁ ସାମଲ, ଶ୍ରୀମନ୍ତ ବାରିକ, ନିଷିକାନ୍ତ ବେହେରା ଧାରା ବିବରଣୀ ପ୍ରଦାନ କରିବା ସହିତ ଦିଲ୍ଲୀପ ନାୟକ ଓ ଅମରେନ୍ଦ୍ର ବେହେରା ସ୍କୋର ବୋରଡ ପରିଚାଳନା କରିଥିଲେ ।ମ୍ୟାଚରେ ରାଧାନାଥପୁର ଓ ଦୁଦୁରକୋଟ ବିଜୟ ହୋଇ ସେମିଫାଇନାଲକୁ ମନୋନୀତ ହୋଇଛନ୍ତି ।

new life
You might also like
error: Content is protected !!