News
WhatsApp Image 2023-10-04 at 17.25.00
samparksetu

କାମ ପୋଲା ରାସ୍ତା ଖୋଲା, ପୁଣି କୁଞ୍ଜକାନ୍ତ ରେ ଦବିଲା ରାସ୍ତା

ବାରମ୍ବାର ଢେଙ୍କାନାଳ ପୌରପାଳିକାର ବିଭିନ୍ନ ଅପାରଗତାର ଖବର ପ୍ରସାରଣ ପରେ ମଧ୍ୟ ପୁଣି ସେହି ଭୁଲ ଦୋହରାଇ ଚାଲିଛନ୍ତି ପୋୖରପାଳିକା କର୍ତ୍ତୃପକ୍ଷ । ରାସ୍ତା ମରାମତି ହେଉ ବା ଅଳିଆ ସଫା ବା ହେଉ ଭଙ୍ଗା ଡ୍ରେନ ସବୁଥିରେ ପଛଘୁଞ୍ଚା ଦେଇଛନ୍ତି କର୍ତୁପକ୍ଷ ।

ଆଜି ଢେଙ୍କାନାଳ ପୋୖରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨ ର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ରାସ୍ତାରେ ବିରାଟ ଖାଲ ଦେଖାଦେଇଛି । ତେବେ ଏହା ଆଜିର ନୁହେଁ ଗତବର୍ଷ ମଧ୍ୟ ଏହି ଖାଲ ଦେଖାଦେଇଥିବା ବେଳେ କର୍ତୁପକ୍ଷ ନିଜ ଭୁଲ କୁ ଲୁଚାଇବାକୁ ସେଠାରେ କିଛି ସିମେଣ୍ଟ ଦେଇ ଘୋଡାଇ ଦେଇଥିଲେ । କାମ ନିମ୍ନ ମାନର ଥିବାରୁ ଏହା ଆଜି ଫୁଣି ଭୁଶୁଡି ପଡିଛି । ତେବେ ଆଜି ମୂଷଳ ବର୍ଷାରେ ଜଣେ ବରିଷ୍ଠ ନାଗରିକ ସାଇକେଲ ରେ ଯାଉଥିବା ବେଳେ ସାଇକଲ ଚକ ଟି ତାଭିତରେ ଫସିଯାଇଥିଲା । ତେବେ ଏଭଳି ସସ୍ଥାକାମ ଦ୍ୱାରା କେତେବେଳେ କାହାର ଦୁର୍ଘଟଣା ରେ ପ୍ରାଣ ଚାଲିନଜୀବ ସେକଥା କିଏ କହିବ ।

ସବୁଠାରୁ ଦୁଃଖର ବିଷୟ ଏଭଳି ସମସ୍ୟା ଢେଙ୍କାନାଳ ପୋୖରାଞ୍ଚଳ ରେ ବାରମ୍ବାର ଦେଖା ଦେବା ପରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏନେଇ ପୋୖରପାଳିକା କର୍ତ୍ତୃପକ୍ଷଙ୍କ କୌଣସି କାମରେ ସୁଧାର ଆସିନଥିବା ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

new life
You might also like
error: Content is protected !!