ଚଳିତ ମାସରେ ଓଡ଼ିଶାରେ ରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇ ପଡିଛି।ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍ ଏ ସି ରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରୁ ମେଡିକାଲ ଛକ ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବ ବୋଲି ନିର୍ଦ୍ଧାରିତ ହୋଇଛି।
ସକାଳ ୭ ଘଟିକାରେ ବିଭିନ୍ନ ମହିଳା ଏସଏଚଜି ଗ୍ରୁପ୍,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବାଲୁକାଶିଳ୍ପୀ, ସୁନାମଧନ୍ୟ କଳାକାର ଓ ଅଞ୍ଚଳର ପ୍ରତିଭା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଝୋଟି,ରଙ୍ଗୋଲି,ଚିତ୍ରାଙ୍କନ,ଗୀତ ନାଚ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ ବୋଲି ସ୍ଥିର ହୋଇଛି ଓ ଅଞ୍ଚଳର ଯେଉଁ ପ୍ରତିଭା ମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଇଛୁକ ସେହି ପ୍ରତିଭା ମାନେ ଏନ୍ ଏ ସି କତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଂଶ ଗ୍ରହଣ କରିପାରିବେ ବୋଲି ଉପଜିଲ୍ଲାପାଳ ଓ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।