News
WhatsApp Image 2023-10-04 at 17.25.00
samparksetu

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲକୁ ବେଖାତିର କରି ଚାଲୁଛି ବେଆଇନ ଇଟାଭାଟି, ଉପରୁ ତଳୁ ସବୁ ମାଲେମାଲ, ବଳି ପଡୁଛି ନିରୀହ ଜୀବନ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା ଘଟିଛି। ଇଟାଭାଟିରେ କାମ କରୁଥିବା ୪ ଶ୍ରମିକଙ୍କ ପୋଡ଼ି ହୋଇ ମୃତ ଘଟିଛି। ରାତିରେ ଭାଟିରେ ନିଆଁ ଲଗାଇ ନିକଟରେ ଶୋଇଥିବା ବେଳେ ସେହି ନିଆଁରେ ୪ ଶ୍ରମିକଙ୍କ ଜୀବନ୍ତ ଦଗ୍ଧ ଘଟିଥିଲା, ୪ ଜଣ ମୃତକଙ୍କ ମଧ୍ୟରୁ ଜଣେ ୭ବର୍ଷର ଶିଶୁ ଥିବା ମଧ୍ୟ ସୂଚନା ରହିଛି । ଅନ୍ୟପଟେ ଏଭଳି ଅଘଟଣ ପରେ ପ୍ରଶାସନ ପକ୍ଷରୁ ଏହି ଇଟାଭାଟି ସମେତ ୬ ଇଟାଭାଟି କୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଗତ ଡିସେମ୍ବର ରେ ମଧ୍ୟ ମାଣପୁର ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ସେସମୟରେ ମଧ୍ୟ ବେଆଇନ ଇଟାଭାଟି ଉଚ୍ଛେଦ ହୋଇଛି ବୋଲି ସ୍ଥାନୀୟ ରାଜସ୍ୱ ଅଧିକାରୀ ଜଣାଇଥିଲେ ଏବେ ପ୍ରଶ୍ନ ଉଠୁଛି ଆହୁରି ଏହି ଇଟାଭାଟି ଆସିଲା କେଉଁଠୁ ?

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୁ ବେଖାତିର କରି ଢେଙ୍କାନାଳ ଜିଲ୍ଲାରେ ବଢି ଚାଲିଛି ବେଆଇନ ଇଟାଭାଟି । ବେଆଇନ ଭାବେ ଏଭଳି ଇଟାଭାଟି ଦ୍ୱାରା ମାଫିଆ ମାନେ କୋଟିକୋଟି ଟଙ୍କା ଅର୍ଜନ କରୁଥିବା ବେଳେ ରାଜ୍ୟର ଲକ୍ଷଲକ୍ଷ ରାଜସ୍ୱ ନଷ୍ଟ ହେଉଛି ତେବେ ଏ ଏନେଇ ସ୍ଥାନୀୟ ରାଜସ୍ୱ ବିଭାଗ କିପରି କୋୖଣସି ଖବର ପାଇ ପାରୁନାହିଁ ଏନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ କମଳାଙ୍ଗ ଠାରୁ ଆରମ୍ଭ କରି ଖଡଗପ୍ରସାଦ ପର୍ଯ୍ୟନ୍ତ ଏଭଳି ବେଆଇନ ଇଟାଭାଟି ଗଢିଉଠିଛି, ଯାହାର ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ସ୍ଥାନୀୟ ରାଜସ୍ବ ଅଧିକାରୀ ସବୁ ଜାଣିଶୁଣି ଚୁପ୍ ବସୁଛନ୍ତି, ଅତ୍ୟାଧିକ ଚାପ ହେଲେ ଯାଇ ଚଢ଼ାଉ କରୁଛନ୍ତି ତେବେ ଚଢ଼ାଉ ସମୟରେ କୌଣସି ପୋଡା ଇଟା ମିଳୁନାହିଁ ତେଣୁ ସ୍ଥାନୀୟ କର୍ମଚାରୀ ଙ୍କ ଇଟାଭାଟି ବ୍ୟବସାୟ ସହ ସିଧାସଳଖ କାରବାର ରହିଛି ବୋଲି ଅନୁମାନ ରହୁଛି । ସେହିପରି ସ୍ଥାନୀୟ ଅଞ୍ଚଳ ଦେଇ ଟ୍ରକ୍ ଟ୍ରକ୍ ଇଟା ବିଭିନ୍ନ ସ୍ଥାନ କୁ ଯାଉଥିବା ବେଳେ ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ କୌଣସି କଟକଣା ଲାଗୁ କରାଯାଉ ନାହିଁ, ଦୁଇଚକିଆ ଯାନ ରେ କାଗଜପତ୍ର , ହେଲମେଟ ଯାଞ୍ଚ ହେଉଥିବା ବେଳେ ବେଫିକର ଭାବେ ଏହି ବେଆଇନ କାର୍ଯ୍ୟରେ ଲାଗୁଥିବା ଏହି ଟ୍ରକ୍ ଗୁଡିକୁ ଧରୁ ନାହାନ୍ତି ପରିବହନ କର୍ମଚାରୀ ।

ଅନ୍ୟପଟେ ସମ୍ପୃକ୍ତ ବେଆଇନ ଇଟାଭାଟିରେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବାର ମଧ୍ୟ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ଏପରିକି ସପରିବାର ସହ ଶ୍ରମିକ ସେଠାରେ ବିପଦ ସଙ୍କୁଳ ଅବସ୍ଥାରେ ମଧ୍ୟ ରହୁଛନ୍ତି ଏହାକୁ ଦେଖି ଶ୍ରମ ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶ୍ରମ ବିଭାଗ ହେଉ ବା ରାଜସ୍ୱ ବା ହେଉ ପରିବହନ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସ୍ଥାନୀୟ ଅଧିକାରୀ ମାନେ ଇଟାଭାଟିରେ କାରବାର ରେ ଲିପ୍ତ ରହି ଲକ୍ଷାଧିକ ଟଙ୍କା ଆୟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ଷାଧିକ ରାଜସ୍ବ ନଷ୍ଟ ହେଉଛି ଏବଂ ବଳିପଡୁଛି ନିରୀହ ଜୀବନ। ତେବେ ନିଜ ସ୍ୱାର୍ଥ ସାଧନ ପାଇଁ ଏଭଳି ଅଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି ରଖି ଆସିଛନ୍ତି ଏବଂ ଏ ଦାବି କେବେ ପୂରଣ ହେବ ସେନେଇ ମଧ୍ୟ ଅପେକ୍ଷାରତ ଅଛନ୍ତି ।

new life
You might also like
error: Content is protected !!