ବିଶାଳ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ଘେର ଭିତରେ ଆମ ଜିଲ୍ଲା ଢେଙ୍କାନାଳ । ସେଥି ମଧ୍ୟରୁ ଅନ୍ୟତମ ବିଶାଳ ପ୍ରାଚୀର ଭାବେ ଠିଆ ହୋଇ ରହିଛି ସହର ମଧ୍ୟରେ ଥିବା ପାଣିଓହଳା ପାହାଡ଼ । ତେବେ ଧୀରେ ଧୀରେ ଏହି ପାହାଡ଼ରେ ଥିବା ଗଛ ସଂଖ୍ୟା କମିବାରେ ଲାଗିଛି । କାରଣ ହେଉଛି ଜଙ୍ଗଲ ଭିତରେ ଚାଲୁଛି ଅବାଧ ପ୍ରବେଶ ଏବଂ ପ୍ରତ୍ୟେକ ଦିନ ଚାଲିଛି ଶହଶହ ଗଛ କଟା ।
ତେବେ ଦୁଃଖର ବିଷୟ ଏହି ଜଙ୍ଗଲ ଟି ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରୁ ଅନ୍ୟୁନ୍ୟ ୩ କିମି ଦୂରରେ ଅବସ୍ଥିତ । ଯଦି ସହର ମଧ୍ୟରେ ଏଭଳି ଚାଲିଛି ତେବେ ଘଂଚ ବନାନୀ ଭିତରେ ଯେ କିଭଳି ଅବାଧ ପ୍ରବେଶ ହେଉନଥିବ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି । ତେବେ ସହର ମଧ୍ୟରେ ଏଭଳି ଗଛକଟା ବନ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ଉଠିଛି । ସେହିପରି ଗଛକଟା ଫଳରେ ଜଙ୍ଗଲୀ ମାଙ୍କଡ଼ ଏବେ ସହର ମୁହାଁ । କୁଞ୍ଜକାନ୍ତ, ଦେଉଳସାହି ଭଳି ଅଞ୍ଚଳ ରେ ମାଙ୍କଡ଼ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ତେବେ ଯଦି ଏଭଳି ଅବାଧ ପ୍ରବେଶ ସହ ଜଙ୍ଗଲ କଟା ବନ୍ଦ୍ ନହୁଏ ତେବେ ଧୀରେଧୀରେ ଯେ ପାଣିଓହୋଳା ଯେ ଲୋପ ପାଇନଯିବ ସେ କଥା କିଏ କହିବ ।