ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ
ନକଲି ମଦ ତିଆରି ବେଳେ ଅବକାରୀ ବିଭାଗର ଚଢ଼ାଉ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ ତିଆରି ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ୩ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ନକଲି ମଦ ତିଆରି କାରଖାନା ବହୁଦିନ ହେବ ଚାଲିଥିଲା । ତେବେ ଏନେଇ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଆଜି ବଡି ସକାଳୁ ଚଢ଼ାଉ କରିଥିଲେ । ଅଚାନକ ଭାବେ ଚଢ଼ାଉ ହୋଇଥିବାରୁ ଖସି ପାରିନଥିଲେ ଅଭିଯୁକ୍ତ । ତେବେ ଗିରଫ ଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜଙ୍ଗପୁର ରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ ଦଳେଇ, ଭୁବନ ବ୍ଲକ ୩ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାଷ ମାଝୀ ଓ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସ ।
ଚଢ଼ାଉ ବେଳେ ୫୧ ଲିଟର ନକଲି ମଦ ସହ ତିଆରି ସାମଗ୍ରୀ, ବୋତଲ ଏବଂ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣାରେ କୌଣସି ସମ୍ପୃକ୍ତି ନାହିଁ ରାଜନୈତିକ ରାଗ ରଖି ତାଙ୍କୁ ଫଶାଯାଇଛି ବୋଲି କହିଛନ୍ତି ସୁବାଷ ।