News
WhatsApp Image 2023-10-04 at 17.25.00
samparksetu

ଆମର ପ୍ରଭାବ ; ଦୂରହେଲା ଗୁଲୁରି ଙ୍କ ଦୁଃଖ , ୭୦୦ ଟଙ୍କା ଭତ୍ତା ପ୍ରଦାନ ସହ ଅନ୍ତୋଦୟ ଯୋଜନାରେ ସାମିଲ କଲେ ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ବେଲଟିକିରି ଗ୍ରାମର ଗୁଲୁରି ଷେଣ୍ଢ ବୟଷ ୮୦ ପାର ନିଯମ ଅନୁଯାୟୀ ୭୦୦ ଟଙ୍କା ଭତ୍ତା ପାଇବା କଥା ଯାହା ତାଙ୍କୁ ମିଳୁନଥିଲା ।କାନକୁ ଭଲରେ ଶୁଣାଯାଉ ନାହିଁ। ବାମ ଗୋଡ ନାହିଁ।ଆଶା ବାଡି ଦୁଇଟି ରେ ଚଳ ପ୍ରଚଳ କରନ୍ତି। ସ୍ବାମୀ କେବେଠାରୁ ଏକା କରି ଚାଲିଯାଇଥିଲେ, ପରେ ପରେ ଗୋଟିଏ ବୋଲି ପୁଅ ଅରଖିତ ବି ଆର ପାରିରେ! ଘରେ ବିଧବା ବହୁ ଓ ନାତି। ବହୁ ଅସୁବିଧା ରେ ରହୁଥିଲେ ।

ଚମ ଲୋଚା ହୋଇଗଲାଣି। କାନକୁ ଭଲରେ ଶୁଣାଯାଉ ନାହିଁ। ବାମ ଗୋଡ ନାହିଁ।ଆଶା ବାଡି ଦୁଇଟି ରେ ଚଳ ପ୍ରଚଳ କରନ୍ତି। ସ୍ବାମୀ କେବେଠାରୁ ଏକା କରି ଚାଲିଯାଇଥିଲେ, ପରେ ପରେ ଗୋଟିଏ ବୋଲି ପୁଅ ଅରଖିତ ବି ଆର ପାରିରେ! ଘରେ ବିଧବା ବହୁ ଓ ନାତି। ଜମି କହିଲେ ଦଶ ଗୁଣ୍ଠ, ତାହା ବି ପଡିଆ ରହୁଛି।

ତେବେ ତାଙ୍କର ଏହି ଅସୁବିଧା ନେଇ ଗତ ଏପ୍ରିଲ ୨୫ ରେ ଆମେ ଖବର ପ୍ରସାରଣ କରିଥିଲୁ । ଏବଂ ପ୍ରଶାସନ ର ମଧ୍ୟ ଦୃଷ୍ଟି ଗୋଚର ମରିଥିଲୁ । ତେବେ ଗୁଲୁରି ଙ୍କୁ ସରକାର ଯଦି ତାଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବା ସହ ୭୦୦ ଟଙ୍କା ଭତ୍ତା ପ୍ରଦାନ ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ବୃଦ୍ଧା ଗୁଲୁରି ଏବଂ ତାଙ୍କ ପରିବାର ଖୁସି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!