News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ସୁସ୍ଥ ହୋଇ ଘରକୁ ଫେରିଲା ସମା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗ୍ରାମର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ । ବାପା ମାଆଙ୍କର ଗୋଟିଏ ବୋଲି ପୁଅ ସମା । ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଥିବା ବେଳେ ଆଖିକୁ ମଧ୍ୟ ଭଲରେ ଦେଖାଯାଉ ନଥିଲା ।

ଏହି ଖବର ଢେଙ୍କାନାଳ ଅପଡେଟ୍ ରେ ଗତ ଅକ୍ଟୋବର ୧୯ .୨୦୨୦ ରେ ପ୍ରସାରିତ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ସମା ଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇଥିଲେ ସରକାର । ସମା ଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ସମସ୍ତ ଵ୍ୟଵସ୍ଥା କରାଯାଇ କଟକ ବଡ଼ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।

ତେବେ ଚିକିତ୍ସା ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସମା । ତେବେ ଖବର ପ୍ରସାରଣ ଯୋଗୁଁ ସମା ସୁସ୍ଥ ହୋଇ ଫେରି ଆଗକୁ ସ୍ୱାଭାବିକ ଜୀବନ ଯାପନ କରିପାରିବେ ବୋଲି ଅଞ୍ଚଳ ବାସୀଙ୍କ ତରଫରୁ କର୍ତୁପକ୍ଷ ଏବଂ ଢେଙ୍କାନାଳ ଅପଡେଟ୍ କୁ ଶୁଭେଚ୍ଛାର ସୁଅ ଛୁଟିଛି ।

new life
You might also like
error: Content is protected !!