News
WhatsApp Image 2023-10-04 at 17.25.00
samparksetu

ଗୋଚର – ଶ୍ମଶାନ ଜମିରେ ବର୍ଷା ଜଳ ଅମଳ ପ୍ରକଳ୍ପ ଘଟଣା ; ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରକଳ୍ପ ସ୍ଥଳରେ ପହଞ୍ଚି ପ୍ରକଳ୍ପର ତଦାରଖ କଲେ ଭୁବନ ବିଡିଓ , ଦୋଷୀ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଲେ ପ୍ରତିଶ୍ରୁତି

ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ଗରୁଡବନ୍ଦୀ ଗାଁ ରେ ଗୋଚର – ଶ୍ମଶାନ ଜମିରେ ବର୍ଷା ଜଳ ଅମଳ ପ୍ରକଳ୍ପ କରି ମାଟି ଆଡ଼େଇ ଦେଇ ୮ ଲକ୍ଷ ଚଳୁ ଅଭିଯୋଗ ର ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ କ୍ରମେ ତପ୍ତର ଦେଖାଇଛନ୍ତି ଭୁବନ ବିଡ଼ିଓ ।

ଆଜି “ଢେଙ୍କାନାଳ ଅପଡେଟ” ରେ ଏ ନେଇ ଏକ ଖବର ପ୍ରସାରଣ ହୋଇଥିଲା , ଖବର ପ୍ରସାରଣ ପରେ ପରେ ଜିଲ୍ଲା ପାଳ ଭୁବନ ବିଡ଼ିଓ ଙ୍କୁ ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ପରେ ପରେ ଭୁବନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକଳ୍ପ ସ୍ଥଳରେ ପହଞ୍ଚି ପ୍ରକଳ୍ପର ତଦାରଖ କରିଥିଲେ , ଏବଂ ଦୋଷୀ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ କି , ଭୁବନ ତହସିଲ ଅନ୍ତର୍ଗତ ଗରୁଡ଼ବନ୍ଦୀ ଗ୍ରାମର ପ୍ଲଟ ନଂ ୬୯ ଓ ୭୦ରେ ୮ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ବର୍ଷା ଜଳ ଅମଳ ପ୍ରକଳ୍ପ । ଯାହାକି ଗୋଚର ଓ ଶ୍ମସାନ ଜମି ।

ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି କାର୍ଯ୍ୟ ହୋଇଛି , ଫଳକବି ରହିଛି । ଟ୍ରବେ ସାମାନ୍ୟ ମାଟି ଆଡେଇ ମିଲିମିଶି ୮ ଲକ୍ଷ ଖାଇଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ତେବେ ଦେଖିବାଲୁ ବାକି ରହିଲା ଦୋଷୀ କେବେ ଦଣ୍ଡ ପାଉଛନ୍ତି ।

new life
You might also like
error: Content is protected !!