News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ୭ଟି ଜନଜାତି ପରିବାର ଙ୍କୁ ମିଳିଲା ରାସନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମରେ କୁଡିଆ କରି ରହୁଥିବା ୭ ଟି ଜନଜାତି ପରିବାର ଙ୍କୁ ପ୍ରଶାସନ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ ଯୋଗାଇ ଦେଇଛନ୍ତି ।

ସୂଚନା ଯୋଗ୍ୟକି , ରାମ ପଧାନ ଓ ତାଙ୍କ ତିନି ପୁଅଙ୍କ ପରିବାର।
ଖଜୁରୀ ପାଲୁଅ ରେ ଝାଡୁ ତିଆରି କରିବା, ଘୁଡକି ବାଜା ବଜାଇ ଲୋକଙ୍କୁ ମନୋରଞ୍ଜନ କରିବା ଦ୍ୱାରା ଯାହା କିଛି ରୋଜଗାର କରନ୍ତି ସମସ୍ତଙ୍କ ପେଟ ପୁରାଇବା ଅସମ୍ଭବ ମନେହୁଏ। ଗାଁ ଗାଁ ବୁଲି ଯାହା କିଛି ମିଳିଯାଏ କଷ୍ଟରେ ବଞ୍ଚିଛନ୍ତି। ଶିକ୍ଷାର ମାନେ କ’ଣ ବୁଝି ନାହାଁନ୍ତି।
ଛୋଟ ଛୁଆଙ୍କୁ ମିଶାଇ ପରିବାର ସଦସ୍ୟ ସଂଖ୍ୟା ୧୫ରୁ ଅଧିକ।

୨୦୧୯ ମସିହାରେ ରେସିଡେନସିଆଲ ଓ କ୍ଯାରେକ୍ଟର ସାର୍ଟିଫିକେଟ ପ୍ରଦାନ କରାଯାଇ ଅଛି ହେଲେ ଆଧାର କାର୍ଡ ନଥିବା ହେତୁ ସେମାନେ ଆଜି ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରି ନଥିଲେ ।

ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହେବା ସହ ପ୍ରଶାସନ କୁ ଅବଗତ କରାଯାଇ ଥିଲା , ଖବର ପ୍ରସାରଣ ପରେ ଉକ୍ତ ପରିବାର ଙ୍କୁ ଚଳିତ ମାସଠାରୁ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରାଯାଇ ରାସନ ଯୋଗାଇ ଦିଆ ଯାଇଛି ।

new life
You might also like
error: Content is protected !!