News
WhatsApp Image 2023-10-04 at 17.25.00
samparksetu

ଅଙ୍ଗନବାଡ଼ି କେନ୍ଦ୍ରରୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; ତଦନ୍ତ କଲେ ଡିଏସଏସଓ

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେସୋମବାର ଦିନ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିବାକୁ ପହଁଚିଥିଲେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗୋପାଳପୁର ପାଟଣା ସାହିର ୩୪ ନଂ କେନ୍ଦ୍ରରେ ।

କର୍ମୀ ସେବତୀ ମହାରଣା ସେହି ଅଚଂଳର ହିତାଧିକାରୀଙ୍କୁ ପୃଷ୍ଟିକର ଖାଦ୍ୟ ଭାବରେ ଦିଆଯାଉଥିବା ଅଣ୍ଡା ଛତୁଆ ଲଡୁ ହୁଡୁମ ଗରମ ରନ୍ଧା ଖାଦ୍ୟ ବାବଦକୁ ଚାଉଳ ଦିଆଯାଉନଥିବା ନେଇ ବାରମ୍ବାର ଲିଖିତ ଭାବେ ଜଣାଯାଇଥିଲେ ବି ସିଡିପିଓଙ୍କ କାର୍ଯ୍ୟାଳୟ କୈଣସି ପ୍ରକାର ସହଯୋଗ ନମିଳିବାରୁ ଦାୟିତ୍ୱରେ ଥିବା ବିଡିଓ ଆର୍ଶୀବାଦ ପରିଡା ଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ଲିଖିତ ଦରଖାସ୍ତ ଦେବାର ଆଠ ଦିନ ପରେ ବିଡିଓ କିଛି ନବୁଝିବାରୁ ୨୦ରୁ ଉର୍ଦ୍ଦ ହିତାଧିକାରୀ ସିଡିପିଓଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରି ରହିଥିଲେ । ଖାଲି ସେତିକି ନୁହେଁ ଖୋଦ ଅଙ୍ଗନୱାଡି ସହାୟିକା ରଶ୍ମିତା ସାହୁ ମଧ୍ୟ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ରତ୍ନପ୍ରଭା ସାହୁ, ପୁଷ୍ପାଞ୍ଜଳୀ ସାହୁ , ପ୍ରତି ସାହୁ ,ରସ୍ମିତା ସାହୁ , ଗୈାରୀ ସାହୁ ସବିତା ସାହୁ ପ୍ରିୟଙ୍କା ସାହୁ , ଲିଲିମା ସାହୁ ,ରୀନା ସାହୁ ସସ୍ମିତା ସାହୁ , ଝୁନୁବାଳା ମେହେଣା ସିଲକି ଅଗ୍ରୱାଲା ରୋହିନୀ ଅଗ୍ରୱାଲା , ସୁଜତା ସାହୁ ,ବାବୁଲି ସାହୁ ,ନୈନା ଅଗ୍ରୱାଲା ପ୍ରମୁଖ ଅଭିଯୋଗକାରୀ ଉପସ୍ଥିତ ଥିଲେ ।

ଅଙ୍ଗନବାଡ଼ି କର୍ମୀ ସେବତୀ ମହାରଣା , ସୁପରଭାଇଜର ଇନ୍ଦୁମତି ବେହେରା ,ବିଡିଓ ଆଶ୍ରୀବାଦ ପରିଡା ଉପସ୍ଥିତ ରହି ତଦନ୍ତ କରିଥିଲେ । ହିତାଧିକାରୀ ମାନେ କିଭଳି ସେମନଙ୍କର ପ୍ରାପ୍ୟ ପାଇପାରିବେ ସେ ନେଇ ବିଶେଷ ଆଲୋଚନା ହୋଇଥିଲା ।

new life
You might also like
error: Content is protected !!