News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଡମଶାଳ ପୋଲ ସଂଯୋଗକାରୀ ରାସ୍ତାରେ ପଡିଲା ମୋରମ

ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିଲା କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁନଥିଲେ ଲୋକେ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନଥିଲା ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ ବିଭାଗ । ଏହି ରାସ୍ତାର ସୁରପ୍ରତାପପୁର କୁ ଯାଉଥିବା ରାସ୍ତାରେ ପାଟପୁର ଓ ନୂଆ ଟିପିଲେଇ ଠାରେ ୨୦୧୯ରେ ତିଆରି ସରିଛି ପୋଲ ।
ଏବେ ଚାଲିଛି ରାସ୍ତା କାମ ।

ତେବେ ରାସ୍ତା ନିର୍ମାଣ କରୁଥିବା ଠିକା କମ୍ପାନୀ ମୋରମ ବାଲି ବଦଳରେ ରାସ୍ତା ତିଆରିରେ ବ୍ୟବହାର କରୁଥିଲେ କେଲୁଆ ମାଟି ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହି ଖବର ଢେଙ୍କାନାଳ ଅପଡେଟ ରେ ଗତ ଗୁରୁବାର ଦିନ ପ୍ରସାରଣ ହୋଇଥିଲା ତେବେ ଖବର ପ୍ରସାରଣ ପରେ ଉକ୍ତ ରାସ୍ତାରେ କନିଷ୍ଠ ଯନ୍ତ୍ରୀ ଠିଆ ହୋଇ ମୋରମ ପକାଉଥିବାର ଦେଖିବାକୁ ମିଳିଛି ।

new life
You might also like
error: Content is protected !!