News
WhatsApp Image 2023-10-04 at 17.25.00
samparksetu

ଠିକାଦାର ଖୋଳିଥିବା ରାସ୍ତାକୁ ମରାମତି କଲା ପୂର୍ତ୍ତ ବିଭାଗ

ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ନିମବାହାଳି ଗୁଳେହି ପୂର୍ତ୍ତ ବିଭାଗ ରାସ୍ତାକୁ ମନଇଚ୍ଛା ଖୋଳିଦେଲା ଠିକାଦାର ,ପାଇପ ପୋତିବା ପରେ ମାଟି ପକାଇ ଚାଲିଗଲା । ଫଳରେ ମାଟି ଦବି ଆଣ୍ଠୁଏ ଖାଲ ସୃଷ୍ଟି ହୋଇଥିଲା ।ଯାହା କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସାରିତ ହୋଇଥିଲା ।

ପ୍ରକାଶଯେ , କଙ୍କାଳୁ ଗ୍ରାମ ସ୍ଥିତ ଲିଙ୍ଗରା ଜୋରଠାରେ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । ତେଣୁ ରାସ୍ତା ଖୋଳି ପାଇପ ବିଛାଇଥିଲା ଠିକାଦାର । କିନ୍ତୁ ରାତି ଅଧରେ ମାଟି ପକାଇ ଖାଲକୁ ପୁରା କରି ଦେଇଥିଲା ଠିକାଦାର । ଯାହା ଫଳରେ ତାହା ଦବି ଖାଲ ସୃଷ୍ଟି ହୋଇଥିଲା । ତେବେ ଏ ନେଇ ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ନିଜ ଖର୍ଚ୍ଚରେ ଖାଲକୁ ଭର୍ତ୍ତି କରି କଂକ୍ରିଟ ଢ଼ଳେଇ କରିଛି । ଏବଂ ସମ୍ପୃକ୍ତ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!