News
WhatsApp Image 2023-10-04 at 17.25.00
samparksetu

ଆବାସ ପାଇଁ ୨୦ ହଜାର ଲାଞ୍ଚ ମାଗିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ହାତ ଗୁଂଜା ନେଦେଲେ ଘର ଖଣ୍ଡେ ମିଳିବା ସ୍ଵପ୍ନ ହୋଇ ଯାଇଛି। ଥିଲା ଵାଲା ପାଉଛି ଘର ନଥିଲା ଵାଲା ମୁଣ୍ଡ କାନ ଆଉଁସି ରହିବାକୁ ପଡୁଛି।ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଂଚାୟତ ଆନ୍ତର୍ଗତ ରାଜୁଆପାଟଣା ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ ଅନୁସାରେ ପରଘରେ ମୂଲ ନ ଲାଗିଲେ ପେଟକୁ ମୁଠାଏ ଦାନା ସଂଗ୍ରହ କରିବା କଷ୍ଟକର।

ଘର କହିଲେ ଭାଙ୍ଗି ଯାଇଥିବା ଚାଳଘର।ତାକୁ ଛପର କରିବା କଷ୍ଟକର। ଯେଉଁଠି ପେଟକୁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇ ପଡୁଛି ସେଠାରେ ବହୁ କଷ୍ଟରେ ଧାର ଉଧାର କରି ଘର ଖଣ୍ଡକ ସଯପର କରିଛନ୍ତି।ଘର ଖଣ୍ଡେ ପାଇଁ ସେ “କ”ଫର୍ମ ପୂରଣ କରି ଦାଖଲ କରିଥିଲେ।ହେଲେ ସେ ଘର ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ଦେଇ ନଥିବାରୁ ବୋଧହୁଏ ତାଙ୍କର ଲିଷ୍ଟ ରେ ନାମ ନଥିବାର ଅଭିଯୋଗ କରିଛନ୍ତି।ଏ ସଂକ୍ରାନ୍ତରେ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏ ନେଇ ଗତକାଲି ଅର୍ଥାତ ଜୁଲାଇ ୯ ତାରିଖରେ ଢେଙ୍କାନାଳ ଅପଡେଟ ରେ ଏକ ଖବର ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ , ଉକ୍ତ ଘଟଣା କୁ ଗମ୍ଭୀରତାର ସହ ଦୃଷ୍ଟି ଦେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ଏହିଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ତେବେ ଆଶା କରାଯାଉଛି ଅଭିଯୋଗ ର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ।

new life
You might also like
error: Content is protected !!