News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ୩ବର୍ଷ ହେବ ମିଳିନଥିବା ବିଧବା ଭତ୍ତା ପାଇଲେ ଶୈଳବାଳା

ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି , ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି , ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରୁହନ୍ତି ସେ ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ ଗୋବିନ୍ଦପ୍ରସାଦ ଗାଁ ର ସ୍ବର୍ଗତ କହ୍ନେଇ ସାମଲଙ୍କ ପତ୍ନୀ ଶୈଳବାଳା ସାମଲ ବିଧବା ଭତ୍ତା ଟିଏ ପାଇଁ ଅନେକ ଥର ଦରଖାସ୍ତ ଫର୍ମ ଦାଖଲ କରିଥିଲେ ମଧ୍ୟ ଭତ୍ତା ପାଇ ପାରିନଥିଲା । ତାଙ୍କର ଏହି ସମସ୍ୟା ଟି କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସ।ରଣ ହୋଇଥିଲା , ତେବେ ଖବର ପ୍ରସାରଣ ପରେ ୩ ବର୍ଷ ହେବ ଭତ୍ତାରୁ ବଞ୍ଚିତ ଶୈଳବାଳା ପାଇଛନ୍ତି ଭତ୍ତା ।

new life
You might also like
error: Content is protected !!