News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ଲାଗିଲା ସୁରକ୍ଷା ପ୍ରାଚୀର

ଅଧିକାଂଶ ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ହେତୁ ଅନେକ ଧନ ଜୀବନ ହାନି ହେଉଛି । କେଉଁଠି ମୁକୁଳା ଟ୍ରାନ୍ସଫର୍ମର ତ କେଉଁଠି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହୁଛି । ଯାହା ଉପରେ ନଜର ଦେଉ ନାହିଁ ବିଦ୍ୟୁତ ବିଭାଗ ।

ଏହି ପରି ଏକ ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ ସହର ୨୨ ନଂ ୱାର୍ଡ ଲେବର ଅଫିସ ନିକଟରେ । ଏଠାରେ ଥିବା ଟ୍ରାନ୍ସଫର୍ମର ବସିଲା ଦିନଠାରୁ ମୁକୁଳା ହୋଇ ପଡିଥିଲା । ନା ଥିଲା ସୁରକ୍ଷା ବାଡ଼ ନା ଅଛି ବିପଦକୁ ଏଡାଇବାକୁ କିଛି ବ୍ୟବସ୍ଥା ।

ଟ୍ରାନ୍ସଫର୍ମର ନିକଟରେ ଜନବସତି ଥିବା ହେତୁ ଲୋକଙ୍କ ଯିବା ଆସିବା ଲାଗି ରହୁଛି ତା ସହ ସେଠାରେ ଲୋକ ନିଜର ଆବର୍ଜନା ଫିଙ୍ଗିବା ହେତୁ ଗାଈ ଗୋରୁ ଙ୍କ ଭିଡ଼ ଜମୁଥିଲା । ଏ ନେଇ କିଛି ଦିନ ତଳେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ର କିଛି ଦିନ ପରେ ବିଦ୍ୟୁତ ବିଭାଗ ଦ୍ଵାରା ଉକ୍ତ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଛି । ଏହାକୁ ନେଇ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି ।

new life
You might also like
error: Content is protected !!