News
WhatsApp Image 2023-10-04 at 17.25.00
samparksetu

ଆମର ପ୍ରଭାବ ; ବର୍ଷା ପରେ ବାଇଁଶିଆ-କଙ୍କା ସଡ଼କ ର ମରାମତି ପାଇଁ ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି

ଯୋରନ୍ଦା-କରମୂଳ ପୂର୍ତ୍ତ ବିଭାଗ ରାସ୍ତା ର ସଂଯୋଗୀକରଣ ବାଇଁଶିଆ-କଙ୍କା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଭୂକ୍ତ ରାସ୍ତା ର ଅଵସ୍ଥା ସୋଚନୀୟ । ବର୍ଷା ହେଲେ ପାଣି ଓ କାଦୁଆ ହୋଇ ଅନେକ ଦୁର୍ଘଟଣା ଏଠାରେ ଘଟିଥାଏ । ଡ୍ରେନ ର ସୁବିଧା ନ ଥିବା ହେତୁ ଏଠାରେ ବର୍ଷା ପାଣି ନିଷ୍କାସନ ହୋଇ ପରୁନାହିଁ ।ଏ ନେଇ ଜିଲ୍ଲାପାଳ ମହୋଦୟ ଙ୍କ ଠାରୁ ଆରମ୍ଭ କରି ଗଁଦିଆ ତହସିଲଦାର ଙ୍କୁ ଗ୍ରାମ କମିଟି ତରଫରୁ ଅନେକ ଦରଖାସ୍ତ ଦେଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଥିଲେ ।

ଏହି ଖବର ଆମେ ଗତ ୧୧ ଅଗଷ୍ଟ ରେ ପ୍ରସାରଣ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲୁ ତେବେ । ଏ ନେଇ ବିଭାଗୀୟ ଅଧିକାରୀ ନିଜର ମତ ରଖି ଏହି ରାସ୍ତା ର କାର୍ଯ୍ୟ ଏକ ଏଜେନ୍ସି କୁ ଦିଆଯାଇଛି ଏବଂ ଏହାର ମରାମତି ବର୍ଷା ପରେ ସେହି ଏଜେନ୍ସି ପ୍ରତିଶ୍ରୁତି ଦେଇଛି।

new life
You might also like
error: Content is protected !!