News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ କାର୍ଯ୍ୟକାରୀ ହେଲା ଦୀର୍ଘ ବର୍ଷ ଧରି ଖତ ଖାଉଥିବା ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ତେବେ କିଛିଦିନ ଟ୍ରାନ୍ସଫର୍ମରଟି କାର୍ଯ୍ୟ କରିବା ପରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା ।

ଦୀର୍ଘ ୩ବର୍ଷ ହେଲା ସ୍ଥାନୀୟ ଲୋକ ଶକ୍ତି ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହା କାର୍ଯ୍ୟକାରୀ କରାଇବାକୁ ବାରଂ ବାରଂ ଅଭିଯୋଗ ସତ୍ତ୍ୱେ କର୍ଣ୍ଣପାତ କରୁନଥିଲେ ଅଧିକାରୀ ।

ତେବେ ଏ ନେଇ ଗତ ୩୦ ଅକ୍ଟୋବର ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଦୀର୍ଘ ବର୍ଷ ଧରି ଖତ ଖାଉଥିବା ଟ୍ରାନ୍ସଫର୍ମରଟି କାର୍ଯ୍ୟକାରୀ କରାଯାଇଛି ଯାହା ଫଳ ଅଞ୍ଚଳ ବାସୀ ଙ୍କ ମୁଁହରେ ଖୁସି ଫୁଟି ପାରିଛି ।

new life
You might also like
error: Content is protected !!