News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ବିଜ୍ଞାପିତ ଅଂଚଳରେ ଆବାସ ଯୋଜନା ହେରାଫେରି ଘଟଣା ; କାଉନସିଲରଙ୍କ ବିରୋଧରେ ହେଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୯ ନଂ ୱାର୍ଡ କାଉନସିଲର ଶ୍ରୀମତୀ ଲବଙ୍ଗ ଦେଇଙ୍କୁ ଆବାସ ଯୋଜନା ହେରଫେର ମାମଲାରେ ପୁଲିସ ଗିରଫ କରିଛି l ତାଙ୍କର ଜାମିନି ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l

ପ୍ରକାଶ ଥାଉକି , ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡର ରୂପାଲି ଗ୍ରାମର ସୁକୁମାର ନାଏକଙ୍କ ପତ୍ନୀ ସସ୍ମିତା ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଏକ ଘର ମିଳିଥିଲା। ଯାହାର କାର୍ଯ୍ୟାଦେଶ ଏନଏସି ପକ୍ଷରୁ ଦିଆଯାଇଥିଲା, ନମ୍ବର ଥିଲା ୮୦୬(୨୫୭)।

କାମ ଆରମ୍ଭ ହେଲା ପୂର୍ବରୁ ଯେତେବେଳେ ଆଧାର ସଂଯୋଗ କରାଗଲା ଜଣାପଡ଼ିଲା ସେ ପୂର୍ବରୁ ଘର ପାଇଛନ୍ତି। ତେବେ ସେ ଘର ଗଲା କୁଆଡେ? ଭଙ୍ଗା ଦଦରା ଘରେ ଅସହାୟ ଅବସ୍ଥାରେ ତାଙ୍କର ଦିନ କଟୁଛି। ଘର ଖଣ୍ଡିଏ ପାଇ ଖୁସି ହେବା ପୂର୍ବରୁ ଘର ଚୋରି ହୋଇଗଲା। ଅନୁସନ୍ଧାନ ପରେ ଜଣାପଡ଼ିଲା ବସନ୍ତ ନାଏକଙ୍କ ପତ୍ନୀ ସସ୍ମିତା ନାଏକ ହିସାବରେ ମିଳିଛି।

ତେବେ ଏ ନେଇ ସସ୍ମିତା ହିନ୍ଦୋଳ ଉପଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ ଦୁଃଖ ଶୁଣିନଥିଲେ ।ଗତ ନଭେମ୍ବର ୨୬ ତାରିଖ ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ରେ ଆବାସ ଯୋଜନାରୁ ବଞ୍ଚିତ ସସ୍ମିତା ନାଏକ ଆପ୍ କର୍ମକର୍ତ୍ତା ମାନଙ୍କର ସାହାଯ୍ୟ ଲୋଡ଼ିଥିଲେ , ଫଳରେ ସସ୍ମିତାଙ୍କୁ ନ୍ୟାୟ ଦେବାପାଇଁ ପାର୍ଟି ତରଫରୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିଜୟ ନାୟକ ସସ୍ମିତାଙ୍କୁ ନେଇ ହିନ୍ଦୋଳ ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ ।

ଗତ ୩୦ ନଭେମ୍ବର ରେ ଢେଙ୍କାନାଳ ଅପଡେଟ ସମସ୍ତ ତଥ୍ୟ ସଂଗ୍ରହ ପରେ ଏକ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଡିସେମ୍ବର ୧ ରେ ହିନ୍ଦୋଳ ଉପ ଜିଲ୍ଲାପାଳ ପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ତେବେ ଏ ଘଟଣା ରେ ସମସ୍ତ ତଦନ୍ତ ହେବା ପରେ ସୋମବାର ରାତିରେ ପୁଲିସ ତନାଘନା କରି ଅଭିଯୁକ୍ତ ଲବଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

new life
You might also like
error: Content is protected !!