News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣର ପ୍ରଭାବ ; ହଳଧରଙ୍କୁ ମିଳିଲା ଟ୍ରାଇସାଇକେଲ

କଙ୍କଡାହାଡ ବ୍ଲକ ବିରାଶାଳ ପଞ୍ଚାୟତର ଦିବ୍ଯାଙ୍ଗ ହଳଧରଙ୍କ କଥା। ଦିବ୍ଯାଙ୍ଗ ହଳଧରଙ୍କର ଦୁଇ ପୁଅ ଏବେ ବି ନାବାଳକ। ପାଠଶାଠ କହିଲେ ଚତୁର୍ଥ କି ପଞ୍ଚମ ପର୍ଯ୍ୟନ୍ତ ପଢ଼ିଛନ୍ତି। ସରକାରୀ ସ୍ତରରୁ ଭତ୍ତା ବା ରାସନ୍ ମିଳୁଛି ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ। ଚାରି ପ୍ରାଣୀ ପେଟ ପୋଷିବା ପାଇଁ ସ୍ତ୍ରୀ କାଞ୍ଚନଙ୍କୁ ପର ଜମିରେ ଖଟିବାକୁ ପଡୁଛି। ଦୀର୍ଘ ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ତାଙ୍କ ମାଙ୍କ ନାମରେ ୪୦ ହଜାର ଟଙ୍କା ଘର ପାଇଁ ମିଳିଥିଲା। ବହୁତ କଷ୍ଟରେ ଧାରଉଧାର କରି ଘରଟି କରିଥିଲେ। ଘର ବଖରାଟି ପଲସ୍ତରା ବି କରି ପାରି ନାହାଁନ୍ତି ଏ ପର୍ଯ୍ୟନ୍ତ ଘରର କାନ୍ଥ ଫାଟିବା ଆରମ୍ଭ କଲାଣି। ଛାତ ଘରଟି ସାଙ୍ଗକୁ ଆଉ ବଖରାଏ ମାଟି ଘର ଥିଲା ଯାହାର ଛପର କରିବାକୁ ବି ସାମର୍ଥ୍ୟ ନାହିଁ ବୋଲି କହନ୍ତି ହଳଧର। ଦିବ୍ଯାଙ୍ଗ ବୋଲି ବହୁତ ବର୍ଷ ତଳେ ଗୋଟିଏ ତିନି ଚକିଆ ସାଇକେଲ ମିଳିଥିଲା ତାହା ଭାଙ୍ଗି ଯାଇଥିଲା ତେବେ ଏହି ଖବର ଆମେ ୩୦ ଜୁନ ରେ ପ୍ରସାରଣ କରିଥିଲୁ ।

ଏହି ଖବର ଦେଖି ଜୟ ଜଗନ୍ନାଥ ଗ୍ରୁପ୍ ର ସଭାପତି ପ୍ରେମାନନ୍ଦ ସାହୁ, ଅନିଲ୍ କୁମାର ସାହୁ, ବିଶ୍ୱଜିତ୍ ସାହୁ ଏବଂ ଅବିନାଶ ପ୍ରଧାନ ତାଙ୍କ ପାଖରେ ପହଞ୍ଚି ଏହି ବିଷୟରେ କଙ୍କଡ଼ାହାଡ଼ ବ୍ଲକ ର ଚେୟାର ମ୍ୟାନ୍ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ ଙ୍କ ସହିତ କଥା ହୋଇଥିଲେ , ଫଳରେ ତାଙ୍କୁ ଆଜି ଏକ ତିନି ଚକିଆ ସାଇକେଲ ଯୋଗାଇ ଦିଆଯାଇଛି ,ସାଇକେଲ ପାଇ ହଳଧର ଖୁବ ଖୁସି ପ୍ରକାଶ କରିଛନ୍ତି। ଆଗକୁ ତାଙ୍କ ନାମରେ ଏକ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!